ରାଜ୍ୟରେ ୭୭୨୯ ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ଅପେକ୍ଷା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ହଜାର ୭୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ପଜିଟିଭ ଆକ୍ରାନ୍ତ ୪୩୩୧ କ୍ବାରାଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୩୯୮ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୮ ହଜାର ୬୯୯ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୦୬୨ ଜଣ, କଟକରୁ ୭୨୦ ଜଣ,ଅନୁଗୁଳରୁ ୪୪୯ ଜଣ, ମୟୂରଭଞ୍ଜରୁ ୪୪୨ ଜଣ, ବାଲେଶ୍ବରରୁ ୪୨୬ ଜଣ, ଯାଜପୁରରୁ ୩୮୮ ଜଣ, ପୁରୀରୁ ୩୩୩ ଜଣ, ରାୟଗଡ଼ାରୁ ୩୧୦ ଜଣ, ଭଦ୍ରକରୁ ୨୮୭ ଜଣ, ସୁନ୍ଦରଗଡ଼ରୁ ୨୭୦ ଜଣ, ଜଗତସିଂହପୁରରୁ ୨୫୫ ଜଣ, ଢ଼େଙ୍କାନାଳରୁ ୨୫୨ ଜଣ,କେନ୍ଦ୍ରାପଡ଼ାରୁ ୨୨୩ ଜଣ,ନବରଙ୍ଗପୁର ଓ ନୟାଗଡ଼ ଜିଲ୍ଲାରୁ ୨୧୯ ଜଣ ଲେଖାଏଁ, ବରଗଡ଼ରୁ ୧୮୯ ଜଣ, କୋରାପୁଟରୁ ୧୮୫ ଜଣ, କଳାହାଣ୍ଡିରୁ ୧୬୭ ଜଣ, କେନ୍ଦୁଝରରୁ ୧୬୬ ଜଣ,ସମ୍ବଲପୁରରୁ ୧୬୧ ଜଣ, ଗଞ୍ଜାମରୁ ୧୫୩ ଜଣ,ବୌଦ୍ଧରୁ ୧୨୮ ଜଣ, ମାଲକାନଗିରିରୁ ୧୦୪ ଜଣ, ଦେବଗଡ଼ରୁ ୭୨ ଜଣ, ଝାରସୁଗୁଡ଼ାରୁ ୭୧ ଜଣ, ଗଜପତିରୁ ୬୮ ଜଣ, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରୁ ୬୧ ଜଣ ଲେଖାଏଁ ,ନୂଆପଡ଼ାରୁ ୪୮ ଜଣ ଓ ଷ୍ଟେଟ୍ ପୋଲ୍ରୁ ୧୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭ ଲକ୍ଷ ୯୮ ହଜାର ୬୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୮୨ ହଜାର ୬୭୯ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୭ ଲକ୍ଷ ୧୩ ହଜାର ୦୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ କରୋନା ଯୋଗୁଁ ୨୮୩୧ ଜଣଙ୍କର ମୃତ୍ୟୁ ହୋଇଛି ।
Powered by Froala Editor