ହାତୀ ଆକ୍ରମଣରେ ଗଲା ବୃଦ୍ଧଙ୍କ ଜୀବନ
ବନ୍ତଳା: ବନ୍ତଳା ବନାଞ୍ଚଳରେ ଥମିବାର ନାଁ ନେଉନି ହାତୀ ଉତ୍ପାତ। ବୁଧବାର ସକାଳେ ବନ୍ତଳା ଥାନା ଇଲାକା ବସଲା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ମୃତକ ବସଲା ଗ୍ରାମର ଭାବଗ୍ରାହୀ ଜେନା(୫୬ ବର୍ଷ)।
ସୂଚନାନୁଯାୟୀ, ଭାବଗ୍ରାହୀ ଘର ପାଖ ଳୋକେଇପଶି ସ୍କୁଲ ନିକଟକୁ ଶୌଚ ପାଇଁ ଯାଇଥିଲେ। ସେଠାରେ ଥିବା ଗୋଠଛଡ଼ା ଦନ୍ତା ହାବୁଡ଼ରେ ପଡିଥିଲେ। ରକ୍ତମୁଖା ଦନ୍ତା ତାଙ୍କୁ କଚାଡ଼ି ମାରିଦେଇଥିଲା। ଏହି ଘଟଣାକୁ ନେଇ ଉତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକ କଟକ-ସମ୍ବଲପୁର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି।
Powered by Froala Editor