ଚାଷଜମିରୁ ହାତୀ ଛୁଆର ମୃତଦେହ ଉଦ୍ଧାର
ଢେଙ୍କାନାଳ : ଚାଷଜମିରୁ ହାତୀ ଛୁଆର ମୃତଦେହ ଉଦ୍ଧାର। ଢେଙ୍କାନାଳ ବନଖଣ୍ଡ ଅଧିନ ମେରାମଣ୍ଡଳି ସେକ୍ସନ ଅନ୍ତର୍ଗତ ତାଳଡ଼ଙ୍ଗା ଗାଁ ନିକଟରେ ଥିବା ଚାଷ ଜମିରୁ ଏକ ହାତୀ ଛୁଆର ମୃତଦେହ ଠାବ କରାଯାଇଛି। ଘଟଣା ସ୍ଥଳରେ ବନ କର୍ମଚାରୀ ପହଞ୍ଚି ହାତୀଛୁଆ ମୃତ୍ୟୁର ଅନୁଧ୍ୟାନ କରୁଛନ୍ତି । କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।
ପ୍ରକାଶ ଯେ ହାତୀର ସୁରକ୍ଷା ପାଇଁ ରାଜ୍ୟ ବନ ବିଭାଗ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବାବେଳେ ବିଭିନ୍ନ କାରଣରୁ ଦିନକୁ ଦିନ ହାତୀ ମୃତୁ୍ୟର ଖବର ବଢିବାରେ ଲାଗିଛି । କେଉଁଠି ଟ୍ରେନ ଦୁର୍ଘଟଣାରେ ତ କେଉଁଠି ବିଦୁ୍ୟତ ଆଘାତରେ ହାତୀର ମୃତୁ୍ୟ ହେଉଛି । ଆଉ କେଉଁଠି ଶିକାରୀଙ୍କ ଗୁଳିରେ ହାତୀର ଜୀବନ ଯାଉଛି ।
Powered by Froala Editor