ଏସଟିଏଫ କବଜାରେ ନିଶା ବେପାରୀ ଓ ଜଙ୍ଗଲ ତସ୍କରୀ
ବୌଦ୍ଧ: କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ନିଶା ବେପାରୀ ଓ ଜଙ୍ଗଲ ତସ୍କରୀ । ବୌଦ୍ଧ ପୁରୁଣା କଟକ ଚାରି ଛକରେ ଚଢାଉ ବେଳେ ନିଶା ବେପାରୀକୁ ଗିରଫ କରିଛି ଏସଟିଏଫ । ଏହି ଚଢାଉ ବେଳେ ୨କେଜି ଅଫିମ, ୨କେଜି ଗଞ୍ଜେଇ ପାଉଡପ ଓ ୬୦ ପ୍ୟାକେଟ ସିଗାରେଟ ଜବତ କରାଯାଇଛି। ଜବତ ଅଫିମର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହୋଇଥିବା ବେଳେ ଗଞ୍ଜେଇ ପାଉଡ଼ର ମୂଲ୍ୟ ୫୦ହଜାର ଟଙ୍କା ବୋଲି ଜଣାପଡ଼ିଛି। ଅଧିକ ତଥ୍ୟ ପାଇଁ ପଚରା ଉଚରା ଜାରି ରହିଛି।
ସେହିପରି ବୌଦ୍ଧ ପୁରୁଣା କଟକ ଅଞ୍ଚଳରେ ଚଢ଼ାଉ ବେଳେ ଜଣେ ଜଙ୍ଗଲ ତସ୍କରୀକୁ ମଧ୍ୟ ଗିରଫ କରିଛି ପୁଲିସ । ହରିଣ ଛାଲ, କଇଁଛ ଛାଲ ଓ ବାରାହା ଦାନ୍ତ ଜବତ ହୋଇଛି। ଏହି ରାକେଟରେ ଆଉ କେଉଁମାନେ ସାମିଲ ଅଛନ୍ତି ସେ ନେଇ ତଦନ୍ତ ଚାଲିଛି।
Powered by Froala Editor