ବିଇଡି ବଳକା ସିଟ୍ ନାମଲେଖା ଆଜିଠୁ
ଭୁବନେଶ୍ୱର: ବିଇଡି ପାଇଁ ଚତୁର୍ଥ ପର୍ୟ୍ୟାୟ ନାମଲେଖା ପରେ ବଳକା ଥିବା ସିଟ୍ରେ ସୋମବାରଠାରୁ ନାମଲେଖା ଆରମ୍ଭ ହେଉଛି। ବଳକା ଥିବା ସିଟ୍ ପିଛା ୩୦ଜଣ ଛାତ୍ରଛାତ୍ରୀ ଆବେଦନ ପ୍ରକ୍ରିୟାରେ ସାମିଲ ହେବେ। ୱେଟିଙ୍ଗ୍ ଲିଷ୍ଟରେ ଥିବା ଛାତ୍ରଛାତ୍ରୀ ସମ୍ପୃକ୍ତ କଲେଜରେ ଆବଶ୍ୟକ କାଗଜପତ୍ର ଗୁରୁବାର ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ନଚେତ ସେମାନେ ନାମଲେଖା ପ୍ରକ୍ରିୟାରୁ ବାଦ ପଡ଼ିବେ। ଆବଶ୍ୟକ କାଗଜାତ ଦାଖଲ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମେଧାବୀଙ୍କ ତାଲିକା ୨୩ ତାରିଖରେ ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରଛାତ୍ରୀ ୨୫ ରୁ ୨୭ ମଧ୍ୟରେ ନାମଲେଖାଇ ପାରିବେ। ୨୮ ତାରିଖରେ ଚୂଡ଼ାନ୍ତ ନାମଲେଖା ତାଲିକା ପ୍ରକାଶ ପାଇବ। ଚଳିତବର୍ଷ ସମୁଦାୟ ୯୩,୧୪୭ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ବିଜ୍ଞାନ ବିଭାଗରେ ୫୭ ଓ କଳା ବିଭାଗରେ ୪୯ଟି ସିଟ୍ ବଳକା ରହିଛି।
Powered by Froala Editor