କଷ୍ଟମର କେୟାରକୁ ଫୋନ୍ କଲେ, ଆକାଉଣ୍ଟରୁ କଟିଗଲା ଦେଢ଼ ଲକ୍ଷ
ଝାରସୁଗୁଡା ବିମାନବନ୍ଦର ଥାନା ଓଏମ୍ପିର ଜଣେ ବ୍ୟକ୍ତି ସାଇବର ଠକେଇର ଶିକାର ହୋଇଛନ୍ତି । ସେ ଗୁଗୁଲ ପେ’ରେ ସର୍ଚ୍ଚ କରି ଏକ କଷ୍ଟମର ନମ୍ବରକୁ ଯୋଗାଯୋଗ କରିଥିଲେ । କିନ୍ତୁ କଷ୍ଟମର କେୟାରରୁ କଥା ହେଉଥିବା ବ୍ୟକ୍ତି ଜଣକ ଆକାଉଣ୍ଟ ସଫା କରିଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁସାରେ, ଉକ୍ତ ବ୍ୟକ୍ତି ତାଙ୍କର ଜଣେ ଶ୍ରମିକଙ୍କୁ ଗୁଗୁଲ ପେ’ ଯୋଗେ ୩ ହଜାର ଟଙ୍କା ପଠାଇଥିଲେ। ଟଙ୍କା ତାଙ୍କ ଆକାଉଣ୍ଟରୁ କଟିଥିବା ବେଳେ ଶ୍ରମିକ ଆକାଉଣ୍ଟକୁ ଯାଇନଥିଲା। ଏହି ସମସ୍ୟାର ସମାଧାନ ପାଇଁ ସେ ଗୁଗୁଲରେ କଷ୍ଟମର କେୟାର ନମ୍ବର ସର୍ଚ୍ଚ କରି ଯୋଗାଯୋଗ କରିଥିଲେ। ଫୋନ୍ ଗ୍ରହଣ କରିଥିବା ବ୍ୟକ୍ତି ମାମଲାର ସମାଧାନ କରିଦେବ କହି ଏକ ଲିଙ୍କ ଦେଇଥିଲା। ଉକ୍ତ ଲିଙ୍କ୍କୁ ଖୋଲିବା ମାତ୍ରେ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୫୪ ହଜାର ଟଙ୍କା କଟି ଯାଇଥିଲା। ଏହାପରେ ସେ ପୁଲିସର ଦ୍ବାରସ୍ଥ ହୋଇଥିଲେ।
ସାଇବର ଠକମାନେ ନୂଆ ନୂଆ ତରିକା ଖୋଜୁଛନ୍ତି । ହେଲେ ଏପରି ଘଟଣା ନୂଆ ବୋଲି କୁହାଯାଉଛି । ଗୁଗୁଲ ପେ ମାଧ୍ୟମରେ ଏପରି ଠକେଇ ହୋଇଥିବା କଥା ପ୍ରଚାର ହେବା ପରେ ଲୋକମାନଙ୍କ ମଧ୍ୟରେ ଆଶଙ୍କା ଜାତ ହୋଇଛି ।
Powered by Froala Editor