୪ ଓଡ଼ିଆ କଳାକାର ପାଇବେ ‘ସଙ୍ଗୀତ ନାଟକ ଏକାଡେମୀ ଅମୃତ ପୁରସ୍କାର ’
ଭୁବନେଶ୍ୱର : ଚାରି ଜଣ ଓଡ଼ିଆ କଳାକାର ପାଇବେ ‘ସଙ୍ଗୀତ ନାଟକ ଏକାଡେମୀ ଅମୃତ ପୁରସ୍କାର’। ଓଡ଼ିଶାର ୪ ଜଣ କଳାକାରଙ୍କୁ ଏହି ପୁରସ୍କାର ମିଳିବ । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ କଳାକାରମାନଙ୍କୁ ଉପରାଷ୍ଟ୍ରପତି ଜଗଦୀଶ ଧନଖଡ଼୍ ପୁରସ୍କାର ପ୍ରଦାନ କରିବେ।
ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର ‘ସଙ୍ଗୀତ ନାଟକ ଏକାଡେମୀ ଅମୃତ ପୁରସ୍କାର’ ପାଇଁ ଦେଶର ମୋଟ୍ ୮୪ ଜଣ ବର୍ଷୀୟାନ କଳାକାରଙ୍କୁ ମନୋନୀତ କରାଯାଇଛି। ଏଥିରେ ଓଡ଼ିଶାର ୪ ଜଣ କଳାକାର ସାମିଲ ଅଛନ୍ତି। ସେମାନେ ହେଲେ ୯୪ ବର୍ଷୀୟ ଛଉ ନୃତ୍ୟ ଶିଳ୍ପୀ ସିଦ୍ଧେଶ୍ବର ଦାଶ, ୮୬ ବର୍ଷୀୟ ଥିଏଟର କଳାକାର ଅନ୍ନତ ମହାପାତ୍ର, ୮୨ ବର୍ଷୀୟ ଲୋକସଙ୍ଗୀତ ଏବଂ ବ୍ରହ୍ମା ବୀଣା ବିଶାରଦ ଆନନ୍ଦ ବାଗ ଏବଂ ୭୬ ବର୍ଷୀୟ ଗୋଟିପୁଅ ନୃତ୍ୟଶିଳ୍ପୀ ଗୋବିନ୍ଦ ଚନ୍ଦ୍ର ପାଲ । ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କାର ନଗଦ ଅର୍ଥରାଶି, ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ। ଆଜି ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ କଳାକାରମାନଙ୍କୁ ଉପରାଷ୍ଟ୍ରପତି ଜଗଦୀଶ ଧନଖଡ଼୍ ପୁରସ୍କାର ପ୍ରଦାନ କରିବେ।
Powered by Froala Editor