ହୁଳୁହୁଳା ପୋଲ ଉପରେ ୩ ଫୁଟର ବନ୍ୟାଜଳ
ବାଙ୍କୀ : ବାଙ୍କୀରେ ପ୍ରବେଶ କଲା ମହାନଦୀର ବନ୍ୟାଜଳ। ଫଳରେ ରତାଗଡ଼ ଜାତମୁଣ୍ଡିଆ ରାସ୍ତାର ହୁଳୁହୁଳା ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ବାଙ୍କୀ ବ୍ଲକର ରତାଗଡ଼, ବାଉଁଶପୁଟ, ବନ୍ଦାଳ, ଓସ୍ତିଆ ଭଳି ୪ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ସେପଟେ ମୁଣ୍ଡଳୀରେ ୬ ଲକ୍ଷ ୩୦ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି। ଉପରମୁଣ୍ଡ ହୀରାକୁଦରେ ଏବେ ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୭.୮୭ ଫୁଟ୍ ରହିଛି ।
Powered by Froala Editor