୭୦ ବର୍ଷ ପରେ ପରିଚୟ ପାଇଲା ମହାସିର
୭୦ବର୍ଷ ପରେ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ପାଇଛି ମହାନଦୀର ମହାସିର ମାଛ । ୧୯୫୩ ମସିହାରେ କେରଳର ଜଣେ ଗବେଷକ ଏ. ଡେଭିଡ ଏହାକୁ ପ୍ରଥମେ ମହାନଦୀ ଅବବାହିକାରେ ଚିହ୍ନଟ କରିଥିଲେ । କିନ୍ତୁ ଡେଭିଡଙ୍କ ଗବେଷଣା ବିହାର ରାଜ୍ୟ ଉପରେ ଆଧାରିତ ଥିବାରୁ ସେ ଏହାକୁ ଟର ମୋସାଲ ମହାନଦୀକସ ମାଛ ଭାବେ ନାମିତ କରିଥିଲେ । ମହାସିର ଓଡ଼ିଶାର ମାଛ ହେଲେ ହେଁ ଏହାକୁ ବିହାରର ମୋସାଲ ଭାବେ ବିବେଚନା କରାଯାଉଥିଲା ।
ଗତ ୨୦୦୬ ମସିହାରେ ଭାରତର ୧୬ଟି ରାଜ୍ୟ ନିଜ ନିଜର ରାଜ୍ୟର ମାଛ ନାମ ଘୋଷଣା କରିଥିଲେ । ସେତେବେଳେ ଓଡ଼ିଶା ମହାନଦୀକସ ମହାସିର ବା ମହାନଦୀର ମହାସିରକୁ ରାଜ୍ୟ ମାଛର ମାନ୍ୟତା ଦେଇଥିଲା । କିନ୍ତୁ ୨୦୧୯ ମସିହାରେ୧୪ଜଣ ଗବେଷକ ମିଳିତ ଭାବେ ଏକ ସନ୍ଦର୍ଭ ପ୍ରସ୍ତୁତ କରିଥିଲେ । ଉକ୍ତ ସନ୍ଦର୍ଭରେ ମୋସାଲ (ମୂଳତଃ ମହାସିର)କୁ ଟର ପୁଟିଟୋରା ବା ହିମାଳୟ ପାର୍ବତ୍ୟାଞ୍ଚଳର ମାଛ ବୋଲି ଅଭିହିତ କରିଥିଲେ । ଫଳରେ ଓଡ଼ିଶାର ମତ୍ସ୍ୟସମ୍ପଦ ଓ ମତ୍ସ୍ୟ ବିବିିଧତା ଉପରେ ଗବେଷଣା କରୁଥିବା ଗବେଷକ ଆପତ୍ତି ଉଠାଇଥିଲେ । ଦୀର୍ଘଦିନର ଅଧ୍ୟୟନ ଓ ଗବେଷଣା ପରେ ଡେରାଡୁନ ସ୍ଥିତ ୱାଇଲ୍ଡ ଲାଇଫ ଇନ୍ଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସହାୟତା ମାଗିଥିଲେ । ସେଠାରେ ମହାସିର ମାଛ(ମହାନଦୀକସ ମହାସିର)ର ଡିଏନଏ ପରୀକ୍ଷଣ କରାଯାଇଥିଲା ।
ଏହାପରେ ରାଜ୍ୟ ସରକାର ୨୦୧୩ରେ ଓଡିଶା ଷ୍ଟେଟ୍ ଫିସ୍ ବା ରାଜ୍ୟ ମାନ୍ୟତାପ୍ରାପ୍ତ ମାଛ ଭାବରେ ଘୋଷଣା କରିଥିଲେ । କିନ୍ତୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହା ସ୍ବୀକୃତ ହୋଇନଥିଲା । ଏବେ ଆମେରିକାର ପ୍ଲସ୍ ୱାନ୍ ଜର୍ଣ୍ଣାଲରେ ପ୍ରକାଶିତ ହେବା ପରେ ମହାସିରକୁ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ପାଇଛି ।
Powered by Froala Editor