ଏଡିଜେ କୋର୍ଟରେ ଗୋପାଳ
ଝାରସୁଗୁଡା : ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ଆଜି ଚୌଦ୍ୱାର ଜେଲରୁ ଅଣାଯାଇ ଝାରସୁଗୁଡା ଏଡିଜେ କୋର୍ଟରେ ହାଜର କରାଯାଇଛି। ଗୋପାଳ ପକ୍ଷରୁ ଦାଖଲ ହୋଇଥିବା ଡିସଚାର୍ଜ ପିଟିସନର ଆଜି ଶୁଣାଣି ହୋଇଛି। ମାତ୍ର ଗୋପାଳର ଆଇନଜୀବୀ ମହେଶ ଜେନା ଅନୁପସ୍ଥିତ ଥିବାରୁ କୋର୍ଟରେ ଟାଇମ ପିଟିସନ ଦାଖଲ ହୋଇଥିଲା।
କୋର୍ଟ ଟାଇମ ପିଟିସନ ଗ୍ରହଣ କରିନଥିବା ବେଳେ ଡିସଚାର୍ଜ ପିଟିସନ ଉପରେ ଦିନ ୨ଟାରେ ରାୟ ପ୍ରକାଶ ପାଇବ ବୋଲି ସୂଚନା ରହିଛି। ଏହାପରେ ଗୋପାଳକୁ ଦୋଷମୁକ୍ତ ଦର୍ଶାଇବା ପାଇଁ ଦାଖଲ ହୋଇଥିବା ଡିସଚାର୍ଜ ପିଟିସନ ଗ୍ରହଣ ହେବ ନା ନାହିଁ ଜଣାପଡିବ। ଶୁଣାଣି ସମୟରେ ଉଭୟ ପକ୍ଷର ସମସ୍ତ ଦଲିଲ ଓ ତଥ୍ୟ ଉପରେ କୋର୍ଟରେ ଆଲୋଚନା ହୋଇଥିଲା। ଗୋପାଳ ଖାଉଥିବା ମାନସିକ ରୋଗର ଔଷଧ ସମ୍ପର୍କରେ ବି ଆଲୋଚନା ହୋଇଥିବା ଆଇନଜୀବୀ ନରେଶ ନାୟକ କହିଛନ୍ତି।
Powered by Froala Editor