ରାଜଧାନୀର ଚାରି ଆଡ଼େ ଡେଙ୍ଗୁ, ୪୦ ସ୍ଥାନରେ ରେଡ୍ ଜୋନ
ଭୁବନେଶ୍ୱର: ରାଜଧାନୀର ଚାରି ଆଡ଼େ ଡେଙ୍ଗୁ ମାଡିଗଲାଣି । ୧୮୩ ସ୍ଥାନରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରେ ୪୦ ସ୍ଥାନ ରେଡ୍ ଜୋନ । ଏହି ଅଞ୍ଚଳରେ ଘରେ ଘରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରେ ସର୍ବାଧିକ ସହିଦନଗରରେ । ନୂ୍ଆପଲ୍ଲୀରେ ୧୪୧, ୧୩୨, ଆଚାର୍ୟ୍ୟବିହାରରେ ୧୨୧, ପଟିଆରୁ ୧୦୯, ୟୁନିଟ୍ ୯ରୁ ୯୯, ୟୁନିଟ-୬ରୁ ୭୨, ଜୟଦେବ ବିହାରରୁ ୯୦, ସତ୍ୟନଗରରୁ ୮୭ ରୋଗୀ ଚିହ୍ନଟ ହୋଇଛନ୍ତି । ସେପ୍ଟେମ୍ବର ମାସ ଆରମ୍ଭ ୯ ଦିନରେ ୧୦୦୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ଦୈନିକ ହାରାହାତି ୧୨୦ ରୋଗୀ ଚିହ୍ନଟ ହେଉଛନି । ଭୁବନେଶ୍ୱର ସାରା ଡେଙ୍ଗୁ ମାଡ଼ିଗଲାଣି । ବୁଧବାର ସୁଦ୍ଧା ସରକାରୀ ହିସାବରେ ୩,୫୪୮ ଆକ୍ରାନ୍ତ ହେଲେଣି। ଖୁବ୍ଶୀଘ୍ର ସଂଖ୍ୟା ୪ହଜାର ଡେଇଁବ । ୪୦ ଅଞ୍ଚଳ ରେଡ୍ ଜୋନ୍ ପାଲଟିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଆକଳନ କରିଛନ୍ତି ସେପ୍ଟେମ୍ବର ମାସରେ ସଂଖ୍ୟା ଶିଖର ଛୁଇଁବ ।
ସେପ୍ଟେମ୍ବର ମାସ ୫ ତାରିଖରେ ୧୩୨, ୬ ତାରିଖରେ ୧୫୭ ରୋଗୀ ଚିହ୍ନଟ ହୋଇଥିଲେ । ୭ ତାରିଖରେ ରେର୍କଡ ଭାଙ୍ଗିଲା । ସର୍ବାଧିକ ୨୩୭ ରୋଗୀ ଚିହ୍ନଟ ହେଲେ । ୮ ତାରିଖରେ କ୍ୟାପିଟାଲ ହସ୍ପିଟାଲ, ପଟିଆ ଓ ନୂଆପଲ୍ଲୀ ୟୁପିଏଚ୍ସିରୁ ୬୭୬ ଜଣଙ୍କ ରକ୍ତ ନମୂନା ଦେଇଥିଲେ । ସେଥିମଧ୍ୟରୁ ୧୪୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ହିସାବରେ ଟେଷ୍ଟ ପଜିଟିଭ ହାର ୨୧ ପ୍ରତିଶତ ରହିଛି । ଅଗଷ୍ଟ ମାସ ତୁଳନାରେ ଏହା ଯଥେଷ୍ଟ ଅଧିକ ।
Powered by Froala Editor