କୂଅରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର
ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ସୋସା ଥାନା ମୟୁରନଚା ଗାଁରେ କୂଅରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହାଟଡିହି ବ୍ଲକ କେ.ବାଲିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ସ୍ବାମୀ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, କେ.ବାଲିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଏବଂ ତାଙ୍କ ସ୍ୱାମୀ ନିରଞ୍ଜନ ପାତ୍ରଙ୍କ ମୃତଦେହ କୂଅରୁ ମିଳିଛି । ନିରଞ୍ଜନ ଗ୍ରାମରକ୍ଷୀ ଭାବେ କାମ କରୁଥିଲେ । ଉଭୟଙ୍କ ମୃତ୍ୟୁ ନେଇ କାରଣ ଅସ୍ପଷ୍ଟ ରହିଥିବା ବେଳେ ଦୁଇ ଦିନ ତଳୁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଏପିରିକି କେହି ଦୁର୍ବୃତ୍ତ ହତ୍ୟା କରି କୂଅରେ ଫିଙ୍ଗିଥିବା ସଂପର୍କୀୟ ଅଭିଯୋଗ କରିଛନ୍ତି ।
ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।
Powered by Froala Editor