ପୂର୍ବତନ ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର: ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ଅଧିକାରୀଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଯାଞ୍ଚ।ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଗଞ୍ଜାମ ବୁଗୁଡାର ପୂର୍ବତନ ତହସିଲଦାର ଥିଲେ ସଂଗ୍ରାମ। ଏକକାଳୀନ ଚାରୋଟି ସ୍ଥାନରେ ଚାଲିଛି ମାରାଥନ ଚଢ଼ାଉ।
ଚଢ଼ାଉରେ ସାମିଲ ଅଛନ୍ତି ଭିଜିଲାନ୍ସର ୩ ଡ଼ିଏସପି, ୧୦ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ଚାଲିଛି ଏହି ଚଢ଼ାଉ । ବାଲୁଗାଁ ରେ ଥିବା ଜେନା କଲୋନୀ, ଖୋର୍ଦ୍ଧା ଟାଙ୍ଗି ଥାନା ହରିପୁର ଠାରେ ବିଲ୍ଡିଂ, ବାଲୁଗାଁ ଚୁଡା ମିଲ ନିକଟରେ ଥିବା ସମ୍ପର୍କୀୟଙ୍କ ଘର, ଛୋଟରାୟପୁରଶାସନରେ ଥିବା ୩ ପ୍ଲଟ ସମ୍ପର୍କରେ ତଥ୍ୟ ନେଉଛି ଭିଜିଲାନ୍ସ ।
Powered by Froala Editor