ଆଜି ଝାରସୁଗୁଡା ବିମାନବନ୍ଦରରେ ଓହ୍ଲାଇ ପାରନ୍ତି ମୋଦି

ଝାରସୁଗୁଡା: ଆଜି ଝାରସୁଗୁଡା ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓହ୍ଲାଇ ପାରନ୍ତି । ପ୍ରଧାନମନ୍ତ୍ରୀଙ୍କ ବିମାନବନ୍ଦରରେ ଅବତରଣ କରିବା ସମ୍ଭାବନା କୁ ଦେଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଜି ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଓ ଛତିଶଗଡ଼ ଦିନିକିଆ ଗସ୍ତ କାର୍ୟ୍ୟକ୍ରମ ରହିଛି ।
ମଧ୍ୟପ୍ରଦେଶର ବୀଣା ଠାରେ କାର୍ୟ୍ୟକ୍ରମ ସାରି ଛତିଶଗଡ଼ ରାୟଗଡ ଜିଲା କୋଡାତରାଇରେ ୬୪୦୦ କୋଟି ଟଙ୍କାର ଉନ୍ନୟନ ମୂଳକ କାର୍ୟ୍ୟର ଶିଳାନ୍ୟାସ କରିବେ । ଛତିଶଗଡ଼ରେ ପାଗ ଅନୁକୂଳ ନଥିବାରୁ ଆବଶ୍ୟକ ହେଲେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଦିନ ୨ଟାରେ ଓହ୍ଲାଇ ପାରନ୍ତି ପ୍ରଧାନମନ୍ତ୍ରୀ ।
ପ୍ରତିରକ୍ଷା ବିଭାଗର ବିମାନରେ ଆସି ଝାରସୁଗୁଡାରେ ଓହ୍ଲାଇ ପୁଣି ଏଠାରୁ ହେଲିକ୍ୟାପ୍ଟର ଯୋଗେ ରାୟଗଡ ଯିବାର କାର୍ୟ୍ୟକ୍ରମ ରହିଛି । ଯଦି ଆବଶ୍ୟକ ହୁଏ ତେବେ ଝାରସୁଗୁଡା ଆସି ପାରନ୍ତି ପ୍ରଧାନମନ୍ତ୍ରୀ ।
Powered by Froala Editor