ବଦଳିଯିବ ଯାଜପୁର ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ ନାମ
ବଦଳିଯିବ ଯାଜପୁର ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ ନାମ। ଯଯାତି କେଶରୀଙ୍କ ନାମରେ ନାମିତ କରାଯିବ ହସ୍ପିଟାଲ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।
୨୦୨୪ରୁ ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଏହି ହସ୍ପିଟାଲ ୪୬ ଏକର ପରିମିତ ଜାଗାରେ ରହିଥିବା ବେଳେ ୫୨୬.୨୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ନିକଟରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତ ସମୟରେ ଯାଜପୁରବାସୀ ମେଡିକାଲ କଲେଜକୁ ଯଯାତି କେଶରୀଙ୍କ ନାମରେ ନାମିତ କରିବାକୁ ଅନୁରୋଧ କରିଥିଲେ।
ପ୍ରାଚୀନ ଓଡିଶାର ପ୍ରସିଦ୍ଧ ସୋମବଂଶୀ ଶାସକ ଯଯାତି କେଶରୀ ଓଡ଼ିଶାର ଲୋକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଚମତ୍କାର ଲିଙ୍ଗରାଜ ମନ୍ଦିର ସହିତ ବହୁ ମନ୍ଦିର ନିର୍ମାଣ କରିଛନ୍ତି। ତେବେ ଏହି ମହାନ ଐତିହାସିକ ବ୍ୟକ୍ତିତ୍ୱ ପାଇଁ ଏହା ଏକ ବିନମ୍ର ଶ୍ରଦ୍ଧାଞ୍ଜଳି। ଏହି ଖବର ମିଳିବା ପରେ ଜିଲ୍ଲାବାସୀ ଉତ୍ସାହିତ ହୋଇପଡିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ କୃତଜ୍ଞତା ଜଣାଇଛନ୍ତି ।
Powered by Froala Editor