ସୂର୍ୟ୍ୟନାରାୟଣଙ୍କ ଦ୍ବାଦଶାହରେ ଶ୍ରଦ୍ଧାଞ୍ଜଳି ଦେଲେ ନବୀନ
ଭୁବନେଶ୍ବର: ପୂର୍ବତନ ବାଚସ୍ପତି ସ୍ବର୍ଗତ ସୂର୍ୟ୍ୟନାରାୟଣ ପାତ୍ରଙ୍କର ଆଜି ଦ୍ବାଦଶାହ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବାଦଶାହରେ ଯୋଗଦେଇ ସୂର୍ୟ୍ୟନାରାୟଣ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ସୂର୍ୟ୍ୟପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ଅନ୍ୟ ରାଜନେତା । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଠାରୁ ନେଇ ଅନେକ ନେତା ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେହିପରି ସୁଶାନ୍ତ ରାଉତ, ନୃସିଂହ ସାହୁ, ସୁର ରାଉତରାୟ ପ୍ରମୁଖ ଭୁବନେଶ୍ବର ବାସଭବନରେ ପହଞ୍ଚି ସୂର୍ୟ୍ୟପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
Powered by Froala Editor