ଲଘୁଚାପ: ୧୧ ଜିଲାରେ ବର୍ଷା
ଭୁବନେଶ୍ୱର : ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ସମ୍ଭାବନା ରହିଛି। ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ସହ ବାୟୁମଣ୍ଡଳର ୩.୧ ରୁ ୭.୬ କିମି ମଧ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି। ଏହାସହ ୨୪ ଘଣ୍ଟାରେ ଓଡିଶାର ୧୧ ଜିଲାରେ ବର୍ଷା ଆକଳନ କରାଯାଇଛି। ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ମାଲାକାନଗିରି, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ,ବରଗଡ ଜିଲାରେ ବର୍ଷା ସମ୍ଭାବନା ରହିଛି।
Powered by Froala Editor