ବିକାଶ ସୂଚକାଙ୍କ ରିପୋର୍ଟ: ୧୯ ତମ ସ୍ଥାନରେ ରହିଛି ଓଡିଶା
ନୂଆଦିଲ୍ଲୀ: ନୀତି ଆୟୋଗର ୨୦୨୦-୨୦୨୧ ବିକାଶ ସୂଚକାଙ୍କ ରିପୋର୍ଟ ଆସିଛି । ଏଥରର ରିପୋର୍ଟରେ ୧୭ଟି ବିଷୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ନେଇ ପ୍ରଦର୍ଶନକୁ ଆକଳନ କରାଯାଇଛି । ଏଥିରେ ମୁଖ୍ୟତଃ ସାମାଜିକ, ଆର୍ଥିକ ଓ ପରିବେଶ ସ୍ଥିତିକୁ ବିଚାରକୁ ନିଆଯାଇଛି ।
ସୂଚକାଙ୍କରେ ୧୯ ତମ ସ୍ଥାନରେ ରହିଛି ଓଡିଶା । ୨୦୧୮ରେ ଓଡ଼ିଶା ୨୨ତମ ସ୍ଥାନରେ ଥିଲା । ୨୦୧୯ରେ ୧୫ତମ ସ୍ଥାନରେ ରହିଥିଲା ଓଡ଼ିଶା । ଅନେକ ମାନଦଣ୍ଡରେ ରାଜ୍ୟର ପ୍ରଦର୍ଶନ କମିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ରାଜ୍ୟରେ ମନରେଗା ନିଯୁକ୍ତି ଯୋଗାଣ କମ ଥିବାବେଳେ ମହିଳା ବିରୋଧୀ ହିଂସା ବଢିଛି । ସେହିପରି ବେକାରୀ ସମସ୍ୟା, ହତ୍ୟା ଓ ଶିଶୁ ଚାଲାଣ ଆଦି ରାଜ୍ୟରେ ବଢିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।
୨୮ ରାଜ୍ୟ ତାଲିକାରେ କେରଳ ପ୍ରଥମ ସ୍ଥାନରେ ରହିଛି । ଦ୍ୱିତୀୟ ସ୍ଥାନରେ ହିମାଚଳ ପ୍ରଦେଶ ରହିଥିବାବେଳେ ତୃତୀୟ ସ୍ଥାନରେ ତାମିଲନାଡୁ ରହିଛି । ରିପୋର୍ଟ ଅନୁସାରେ, ଦାରିଦ୍ର୍ୟ ଦୂରୀକରଣରେ ତାମିଲନାଡୁଓ ଓ ଦିଲ୍ଲୀରେ ପ୍ରଦର୍ଶନ ଭଲ ରହିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଦିଲ୍ଲୀ ଓ ଗୁଜରାଟ ଭଲ ପ୍ରଦର୍ଶନ କରିଛନ୍ତି । ଲଗାତାର ୩ ବର୍ଷ ହେଲା ନୀତି ଆୟୋଗ ଏଭଳି ରିପୋର୍ଟ ଜାରି କରିଆସୁଛି ।
Powered by Froala Editor