ବଣୁଆ ହାତୀ ଆକ୍ରମଣରେ ୨ ବନ କର୍ମଚାରୀ ଆହତ
ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ବଡାମପୁର ସେକ୍ସନ ଅଧୀନ ମେର୍ଦ୍ଦା ଉପକଣ୍ଠ ବେଣାପୁରା ଗ୍ରାମ ନିକଟରେ ବଣୁଆ ହାତୀ ଆକ୍ରମଣରେ ଜଣେ ଫରେଷ୍ଟର ଓ ଜଣେ ଅସ୍ଥାୟୀ ବନକର୍ମଚାରୀ ଗୁରୁତର ଆହତ ହୋଇଛନ୍ତି | ବେତନଟୀ ରେଞ୍ଜର ଅନୱାର ଖାନଙ୍କ ସୂଚନା ଅନୁଯାୟୀ ବିଗତ କିଛି ଦିନ ହେଲା ଏହି ଅଞ୍ଚଳରେ ୧୮ ଟିକିଆ ହାତୀପଲ ସ୍ଥାୟୀ ଭାବେ ରହି ଦିନକୁ ଦିନ ସେମାନଙ୍କର ଉତ୍ପାତ ବଢ଼ାଇବାରେ ଲାଗିଛନ୍ତି l ହାତୀପଲ ପାଇଁ ଏକର ଏକର ଚାଷଜମି ନଷ୍ଟ ହେବା ସହିତ ଏକାଧିକ ଧନଜୀବନ ବି ନଷ୍ଟ ହେଲାଣି l ସେହିଭଳି ଗତକାଲି ବିଳମ୍ବିତ ରାତିରେ ଜନସାଧାରଣ ଓ ଜନବସତିକୁ ସୁରକ୍ଷା ଦେବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିଲା
Powered by Froala Editor