ମସଜିଦରେ ନାବାଳିକାକୁ ଦୁଷ୍କର୍ମ
ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀର ଏକ ମସଜିଦରେ ଜଣେ ୧୨ ବର୍ଷୀୟା ନାବାଳିକାକୁ ଜଣେ ମୌଲବୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମସଜିଦକୁ ପାଣି ଆଣିବା ପାଇଁ ନାବାଳିକା ଜଣକ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ । ଅଭିଯୁକ୍ତ ୪୮ ବର୍ଷୀୟ ମୌଲବୀଙ୍କୁ ସୋମବାର ସକାଳେ ଗାଜିଆବାଦର ଲୋନି ଜିଲ୍ଲାରୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ଘର ରାଜସ୍ଥାନର ଭରତପୁର ଅଞ୍ଚଳରେ । ପୁଲିସ ସୂଚନା ମୁତାବକ ଅଭିଯୁକ୍ତ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬(ଦୁଷ୍କର୍ମ) ଏବଂ ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ବା ପୋକ୍ସୋ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତକୁ ଅଦାଲତରେ ହାଜର କରାଯିବା ପରେ ତାଙ୍କୁ ୧୪ ଦିନ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି ।
Powered by Froala Editor