ଲୋକପ୍ରିୟ ବ୍ୟଞ୍ଜନ ‘ବରଫପୋଡ଼ା’
ଚୀନ୍ରେ ‘ପଥରଭଜା’ ପରି ଅଦ୍ଭୁତ ବ୍ୟଞ୍ଜନ ଲୋକଙ୍କୁ ବେଶ ଆକର୍ଷିତ କରୁଥିବା ବେଳେ ଏବେ ‘ବରଫପୋଡ଼ା’ ପରି ଏକ ବିଚିତ୍ର ବ୍ୟଞ୍ଜନ ଲୋକପ୍ରିୟ ହେବାରେ ଲାଗିଛି। ବରଫଖଣ୍ଡକୁ ଗ୍ରିଲ୍ କରି ମସଲା ଓ ସସ୍ରେ ଭିଜାଇ ପରଷା ଯାଉଛି। ଚୀନ୍ର ଜିଆଙ୍ଗସି ପ୍ରଦେଶର ନାଚାଙ୍ଗ ଠାରେ ଏକ ରାସ୍ତାକଡ଼ ଦୋକାନରେ ‘ବରଫପୋଡ଼ା’ ବ୍ୟଞ୍ଜନ ବିକ୍ରି ହେଉଛି। ଏକ ଲୁହାଜାଲି (ଗ୍ରିଲ୍) ଉପରେ ବିରାଟ ବରଫଖଣ୍ଡ ରଖି ତାହାକୁ ତଳେ ଜାଳ ଦେଇ ପୋଡ଼ାଯାଉଛି। ପରେ ତାହାକୁ ଥାଳିଆରେ ପରଷିଲା ବେଳେ ତହିଁରେ ବିଭିନ୍ନ ପ୍ରକାରର ମସଲାଗୁଣ୍ଡ ଓ ସସ୍ ମିଶାଯାଇ ଆକର୍ଷଣୀୟ କରାଯାଉଛି। ସେଠାରେ ଏବେ ଗ୍ରୀଷ୍ମଦିନ ହୋଇଥିବାରୁ ଏହାର ଲୋକପ୍ରିୟତା ଖୁବ୍ ଅଧିକ ବୋଲି ଅନୁମାନ କରାଯାଉଛି।
Powered by Froala Editor