ସୌମ୍ୟ କେବେ ତାଙ୍କ ଲକ୍ଷ୍ୟରେ ପହଞ୍ଚି ପାରିବେନି: ଅତନୁ

ଭୁବନେଶ୍ୱର: ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ ଦଳ ଭିତରୁ ଘନ ଘନ ଟାର୍ଗେଟ କରାଯାଉଛି। ଗତକାଲି ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଅରୁଣ ସାହୁ ସୌମ୍ୟଙ୍କୁ କଟାକ୍ଷ କରିଥିବା ବେଳେ ଆଜି ପୁଣି ଟାର୍ଗେଟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।
ସେ କହିଛନ୍ତି, ସୌମ୍ୟ ଦଳରେ ରହି ବ୍ଲାକମେଲିଂ କରିବାକୁ ପ୍ରୟାସ କରୁଛନ୍ତି। ସେ କେବେ ତାଙ୍କ ଲକ୍ଷ୍ୟରେ ପହଞ୍ଚି ପାରିବେନି। ବିଗତ ଦିନମାନଙ୍କରେ ସୌମ୍ୟ ବାବୁ ବିଭିନ୍ନ ସ୍ତରରେ ବ୍ଲାକମେଲ୍ କରିଥିଲେ, ଆଜି ମଧ୍ୟ ସେ ବ୍ଲାକମେଲିଂକୁ ଆୟୁଧ କରୁଛନ୍ତି। ବ୍ଲାକମେଲ କଲେ ବିଜୁ ଜନତା ଦଳ ଉପରେ କୌଣସି ପ୍ରଭାବ ପଡ଼ିବନି। ସୌମ୍ୟବାବୁ କ’ଣ ଓଡ଼ିଶାବାସୀ ଜାଣିଛନ୍ତି? ଅତୁନ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଟାର୍ଗେଟ୍ କରି ସୌମ୍ୟ ବାବୁ ନିଜ ସଂପାଦକୀୟରେ ବାରମ୍ବାର ଲେଖୁଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ସାଧାରଣ ଲୋକେ ଏହାକୁ ଗ୍ରହଣ କରିବେନି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସାରା ରାଜ୍ୟ ଗସ୍ତ କଲା। ଲୋକଙ୍କ ଅଭିଯୋଗ ଆଣିଲା। ଲୋକଙ୍କ ଅଭିଯୋଗର ସମାଧାନ ହେଲା। ଏଥିରେ କ‘ଣ ଭୁଲ ରହିଲା, ମୁଁ ବୁଝିପାରୁନାହିଁ। ସୌମ୍ୟବାବୁଙ୍କର କ’ଣ ଅସୁବିଧା ହୋଇଗଲା? ମୁଁ ଜାଣିପାରୁ ନାହିଁ। ସେ ଲୋକଙ୍କୁ ପଚାରନ୍ତୁ ଲୋକେ କ’ଣ କହୁଛନ୍ତି?
ସୌମ୍ୟ ବାବୁ ଯେଉଁ ମନ୍ତବ୍ୟ ଲେଖୁଛନ୍ତି ଯାହା କହୁଛନ୍ତି ତାକୁ ଆମେ ବିରୋଧ କରୁଛୁ। ସୌମ୍ୟ ଏପରି କରିବା ଆଦୌ ଠିକ୍ ନୁହେଁ। ସାଧାରଣ ଜନତା ମଧ୍ୟ ଗ୍ରହଣ କରିବେନି। ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପଲଟିକାଲ ବୟାନବାଜିର ଉତ୍ତର ଦେଇପାରିବନି। ମୋ ମତରେ ପଥରକୁ ଢେଲା ମାରିଲେ ସେହି ପଥର ପୁଣି ବୁଲି ତାର ଉପରେ ପଡ଼େ। ସେଇଆ ହିଁ ପ୍ରତିଫଳନ ହେବ। ବ୍ଲାକ୍ ମେଲିଂ କରିବା ଓ ରାଜନୈତିକ ସଂର୍କୀଣ୍ଣତାକୁ ନେଇ ଚାଲିବା ଆଦୌ ଠିକ୍ ନୁହେଁ। ଦଳର ସଭାପତି ଅଛନ୍ତି, ସେ ଠିକଣା ସମୟରେ କ’ଣ ନିଷ୍ପତ୍ତି ନେବେ। ଦଳର ସାଧାରଣ ସୈନିକ ହିସାବରେ ମୋର ବ୍ୟକ୍ତିଗତ ମତାମତ ଏଇଆ ରହିବ ବୋଲି ଅତୁନ କହିଛନ୍ତି।
Powered by Froala Editor