ଜି-୨୦ ସମ୍ମଳନୀ: ସୁନା, ରୂପା ପାତ୍ରରେ ଖାଇବେ ଅତିଥି
୯ ତାରିଖରୁ ନୂଆ ଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ରେ ଆରମ୍ଭ ହେବ ୨ ଦିନିଆ ଜି-୨୦ ସମ୍ମିଳନୀ । ଏହି ସମ୍ମିଳନୀରେ ଯୋଗ ଦେବାକୁ ବିଶ୍ୱସ୍ତରୀୟ ନେତାଙ୍କ ଭାରତ ଆଗମନ ଆରମ୍ଭ ହେଲାଣି। ସେମାନଙ୍କ ରହଣି ପାଇଁ ନୂଆ ଦିଲ୍ଲୀର ବିଭିନ୍ନ ଷ୍ଟାର ହୋଟେଲରେ ସମସ୍ତ ଆୟୋଜନ ସରିଛି। ତେବେ ବିଶେଷ ଆକର୍ଷଣ ରହିଛି ଡାଇନିଂର । ଯେଉଁଥିରେ ସୁନା, ଚାନ୍ଦିର ପାତ୍ର ଦେଖିବାକୁ ମିଳିବ । ଅତିଥିମାନଙ୍କୁ ଯେଉଁ ପାତ୍ରରେ ଖାଦ୍ୟ ପରସାଯିବ ତାହା ରୂପା ଓ ସୁନା ଛାଉଣୀରେ ପ୍ରସ୍ତୁତ କରାଯାଇଛି।
ଏହି ସବୁ ପାତ୍ର ନିମନ୍ତେ Iris କମ୍ପାନୀକୁ ବହୁ ପୂର୍ବରୁ ଅର୍ଡର ଦିଆଯାଇଥିଲା। କମ୍ପାନୀ ମାଲିକ ରାଜୀବଙ୍କ କହିବାନୁଯାୟୀ, ନୂଆଦିଲ୍ଲୀରେ ଏକ ସଙ୍ଗେ ବିଭିନ୍ନ ଦେଶର ପ୍ରମୁଖ ନେତାଙ୍କ ଭିଡ଼କୁ ଆଖି ଆଗରେ ରଖି କମ୍ପାନୀ ପକ୍ଷରୁ ସ୍ୱତନ୍ତ୍ର ପାତ୍ର ପ୍ରସ୍ତୁତି ଆରମ୍ଭ କରି ଦିଆଯାଇଛି। କେଉଁ ପାତ୍ରରେ ରାଜସ୍ଥାନର ଜୟପୁର, ଉଦୟପୁରର ଝଲକ ତ କେଉଁଠି ଉତ୍ତରପ୍ରଦେଶର ବାରଣାସୀର ସଂସ୍କୃତି। ଆଉ କେଉଁ ପାତ୍ରରେ କର୍ଣ୍ଣାଟକାର ସଂସ୍କୃତିର ଝଲକ ଦେଖିବାକୁ ମିଳିବ ।
ପ୍ରସ୍ତୁତ ହେବା ପରେ ପ୍ରତି ପିସ୍କୁ R&D labରେ ପରୀକ୍ଷା କରାଯାଇଛି। ପ୍ରତି ହୋଟେଲର ଥିମ୍ ଅନୁଯାୟୀ, ପାତ୍ରଗୁଡ଼ିକର ଡିଜାଇନ ପ୍ରସ୍ତୁତ କରାଯାଇଛି। ମହାରାଜା ଥାଳି ସେଟ୍ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି। ଯେଉଁଥିରେ ଲୁଣ ଓ ଗୋଲମରିଚ ପାଇଁ ସ୍ୱତନ୍ତ୍ର ରୂପାର ପାତ୍ର ପ୍ରସ୍ତୁତ କରାଯାଇଛି।
Powered by Froala Editor