ଆଜିଠାରୁ ଗୁଗୁଲ୍କୁ ୨୫ ବର୍ଷ
ନୂଆଦିଲ୍ଲୀ: ଆଜିଠାରୁ ଗୁଗୁଲ୍କୁ ୨୫ ବର୍ଷ ଚାଲିବ। ୧୯୮୮ ସେପ୍ଟେମ୍ବର ୪ରେ ଆମେରିକାର କାଲିଫର୍ଣ୍ଣିଆସ୍ଥିତ ଷ୍ଟାନ୍ଫୋର୍ଡ ବିଶ୍ବବିଦ୍ୟାଳୟର ଦୁଇ ଜଣ ପିଏଚ୍ଡି ଛାତ୍ର ଲାଜି ପେଜ୍ ଓ ସର୍ଜି ବ୍ରିନ୍ ଗୁଗୁଲ୍କୁ ସ୍ଥାପନ କରିଥିଲେ। ଏକ ସର୍ଚ୍ଚ ଇଞ୍ଜିନ ଭାବେ ସୁସାନ ୱଜସିକିଙ୍କ ଗ୍ୟାରେଜ୍ରୁ କଂପାନି ଏହାର ଯାତ୍ରା ଆରମ୍ଭ କରିଥିଲା। ଇତି ମଧ୍ୟରେ ଗୁଗୁଲ୍ ବିଶ୍ବବ୍ୟାପୀ ଏହାର ପ୍ରଭାବ ବିସ୍ତାର କରିପାରିଛି।
ଜି-ମେଲ୍, ଗୁଗୁଲ୍ ମ୍ୟାପ୍, କ୍ଲାଉଡ୍, କ୍ରୋମ୍ ବ୍ରାଉଜର, ୟୁଟ୍ୟୁବ୍, ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍, ଗୁଗୁଲ୍ ମିଟ୍, ଗୁଗୁଲ୍ ଆସିଷ୍ଟାଣ୍ଟ୍ ଭଳି ବିଭିନ୍ନ ଉତ୍ପାଦ ଜରିଆରେ ଏହା ଲୋକମାନଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ଆଣିପାରିଛି। ଭାରତୀୟ ସୁନ୍ଦର ପିଚାଇଙ୍କ ନେତୃତ୍ବରେ ୨୦୧୫ଠାରୁ ଗୁଗୁଲ୍ ପରିଚାଳିତ ହେଉଛି। ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ଆଗରେ ରହିବା ପାଇଁ ଗୁଗୁଲ୍ ଉଦ୍ୟମ ଜାରି ରଖିଛି।
Powered by Froala Editor