୩୦ କୋଟି ଟିକା ଦେବ ଘରୋଇ ଭ୍ୟାକ୍ସିନ କମ୍ପାନୀ ବାୟୋଲୋଜିକାଲ-ଇ
ନୂଆଦିଲ୍ଲୀ:ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । କରୋନାକୁ ମାତ ଦେବା ପାଇଁ ଟିକାକରଣକୁ ଜୋରଦାର କରାଯାଉଛି । ତେବେ ଅଧିକାଂଶ ସ୍ଥାନାରେ ଟିକା ଅଭାବ ଯୋଗୁଁ ଟିକାକରଣ ବାଧାପ୍ରାପ୍ତ ହେଉଛି । ତେବେ ଏହାରି ଭିତରେ ଏକ ଭଲ ଖବର ଆସିଛି । ତାହା ହେଲା ଘରୋଇ ଭ୍ୟାକ୍ସିନ କମ୍ପାନୀ ବାୟୋଲୋଜିକାଲ-ଇ ୩୦କୋଟି ଟିକା ଦେବ । ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଉକ୍ତ କମ୍ପାନୀ ୩୦କୋଟି ଟିକା ଦେବ । ଟିକା ପାଇବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ବାୟୋଲୋଜିକାଲ-ଇ ମଧ୍ୟରେ ଚୁକ୍ତି ହୋଇଛି । ବାୟୋଲୋଜିକାଲ-ଇ ଟିକା ପାଇଁ କେନ୍ଦ୍ର ସରକାର ଅଗ୍ରୀମ ୧୫୦୦ କୋଟି ଟଙ୍କା ଦେବେ ବୋଲି ଜଣାଯାଇଛି । ବାୟୋଲୋଜିକାଲ-ଇ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରେ ସଫଳତା ମିଳିସାରିଛି । ବାୟୋଲୋଜିକାଲ-ଇ ଟିକାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଆଶାବାଦୀ ଥିବା ଜଣାଯାଇଛି ।
Powered by Froala Editor