ସ୍ୱାମୀଙ୍କ ଆତ୍ମହତ୍ୟା ଦେଖି ବିଦ୍ୟୁତ୍ ତାର ଧରିଦେଲେ ସ୍ତ୍ରୀ

ଖୋର୍ଦ୍ଧା ଉପକଣ୍ଠ ବଣିଆଟାଙ୍ଗୀରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ୱାମୀଙ୍କ ଆତ୍ମହତ୍ୟା ପରେ ସ୍ତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ହେଲେ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ।
ପ୍ରାୟ ୧୮ ବର୍ଷ ପୂର୍ବେ ବଣିଆ ଟାଙ୍ଗୀର ସମରେନ୍ଦ୍ର ସେନାପତି (୪୩) ଓ ଗଡ଼ଖୋର୍ଦ୍ଧାର ସୁମିତା ବିବାହ କରିଥିଲେ। ଉଭୟ ତିନି ସନ୍ତାନଙ୍କ ସହ ବାଜପୁର ପଞ୍ଚାୟତ ବଣିଆଟାଙ୍ଗୀ ଠାରେ ରହନ୍ତି। ସେମାନଙ୍କ ୧୭ ବର୍ଷ ଓ୧୨ ବର୍ଷ ବୟସର ଦୁଇଟି ଝିଅ ଓ ୭ ବର୍ଷ ବୟସର ଗୋଟିଏ ପୁଅ ଅଛନ୍ତି।
ଆଜି ଅପରାହ୍ଣରେ ସମରେନ୍ଦ୍ର ବିଲରୁ ଫେରି ଘର ଭିତରକୁ ଯାଇ ଭିତରପଟରୁ କବାଟ ଦେଇଦେଇଥିଲେ। ସେ କବାଟ ନଖୋଲିବାରୁ ତାଙ୍କ ପୁଅ ଆସି ତାଙ୍କୁ ଡାକିଥିଲା। କବାଟ ନଖୋଲିବାରୁ ଶାବଳରେ କବାଟ ତାଡ଼ି ଭିତରେ ପଶିବା ବେଳେ ସମରେନ୍ଦ୍ର ଏକ ଶାଢ଼ିରେ ଝୁଲି ଆତ୍ମହତ୍ୟା କରିଥିଲେ। ତାଙ୍କୁ ଏକ ଅଟୋରେ ନେଇଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଞ୍ଚିବା ବେଳେ ପତ୍ନୀଙ୍କ ମୃତ୍ୟୁ ଖବର ଆସି ପହଞ୍ଚିଥିଲା। ପତ୍ନୀ ଘରର ପଙ୍ଖାକୁ ସଂଯୋଗ ହୋଇଥିବା ବିଦ୍ୟୁତ୍ ତାର ଧରିଥିବା ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାଯାଇଥିଲା। ତେବେ ସେ ମଧ୍ୟ ଭିତରପଟୁ କବାଟ ଦେଇଥିବାରୁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ବର୍ତମାନ ଅନାଥ ହୋଇଯାଇଛନ୍ତି।
Powered by Froala Editor