ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ଗଠିତ କମିଟିରୁ ଓହରିଲେ ଅଧୀର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ: ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ଗଠିତ କମିଟିରୁ ଓହରିଲେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ । ମୋଦୀ ସରକାର ୱାନ ନେସନ ୱାନ ଇଲେକ୍ସନ ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ୮ଜଣିଆ ଉଚ୍ଚସ୍ତରୀୟ କମିଟି ଘୋଷଣା କରିଛନ୍ତି । ଏଥିରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ନାଁ ମଧ୍ୟ ରହିଥିଲା । ହେଲେ ଲୋକସଭାର କଂଗ୍ରେସ ନେତା ଅଧୀର ରଞ୍ଜନ କମିଟିର ସଦସ୍ୟ ହେବାକୁ ମନା କରିଛନ୍ତି ।
ଏନେଇ ଅମିତ ଶାହାଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ଚିଠିରେ ଲେଖିଛନ୍ତି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ଗଠିତ କମିଟିର ସଦସ୍ୟ ନହେବାକୁ ମନା କରିବାରେ ତାଙ୍କର କୌଣସି ଦ୍ୱନ୍ଦ୍ୱ ନାହିଁ । କାରଣ ଏହା ଏକ ଧୋକ୍କା । ରାଜ୍ୟସଭାର ବିରୋଧୀ ଦଳ ନେତାଙ୍କୁ ନରଖିବା ଘୋର ଅପମାନ । ଜାଣିଶୁଣି ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାର ଅପମାନ କରାଯାଇଛି । ତେଣୁ ଏଭଳି କମିଟିର କୌଣସି ଔଚିତ୍ୟ ନଥିବାରୁ ଆପଣଙ୍କ ନିମନନ୍ତ୍ରଣକୁ ଅସ୍ୱୀକାର କରିବା ଛଡା ବିକଳ୍ପ ନାହିଁ ବୋଲି ଚିଠିରେ ଲେଖିଛନ୍ତି ଅଧୀର ରଞ୍ଜନ ଚୌଧୁରୀ ।
Powered by Froala Editor