ଅନ୍ଧବିଶ୍ୱାସ : ବର୍ଷା ହେବା ପାଇଁ ନାବାଳକ ବାହାହେଲେ

ବର୍ଷା ନହେଲେ ଚାଷୀ ମୁଣ୍ଡରେ ଚଡ଼କ ପଡେ । କେଉଁଡି ପୂଜା କରାଯାଏ ତ କେଉଁଠି ବେଙ୍ଗ ବେଙ୍ଗୁଲି ବାହାଘର ହୁଏ । ହେଲେ କର୍ଣ୍ଣାଟକରେ ଏକ ଅଜବ କଥା ଦେଖିବାକୁ ମିଳିଛି । ବର୍ଷା ହେବା ପାଇଁ ନାବାଳକଙ୍କୁ ବରକନ୍ୟା ସଜାଇ ବାହାଘର କରାଯାଇଛି ।
କର୍ଣ୍ଣାଟକାର ଚିକ୍କାବାଲ୍ଲାପୁର ଜିଲ୍ଲାର ଦୁଇ ଗାଁର ଲୋକମାନେ ଭଲ ବର୍ଷା ପାଇଁ ଦୁଇ ଯୋଡ଼ା ନାବାଳକଙ୍କୁ ପରସ୍ପର ସହ ବିବାହ କରାଇଛନ୍ତି। ଲୋକମାନେ ପୂର୍ଣ୍ଣିମାରେ ଦୁଇ ଯୋଡ଼ା ନାବାଳକଙ୍କର ବାହାଘର କରାଇଛନ୍ତି। ଗୋଟିଏ ଯୋଡ଼ା ନାବାଳକଙ୍କ ବାହାଘର ବୁଧବାର ସନ୍ଧ୍ୟାରେ ହୋଇଥିବା ବେଳେ ସମାନଧରଣର ଆଉ ଗୋଟିଏ ବାହାଘର ଗୁରୁବାର ହୋଇଛି।
ମଞ୍ଜୁନାଥ ନାମକ ଜଣେ ଚାଷୀ କହିଛନ୍ତି, ବର୍ଷା ହେଉ ନଥିବାରୁ ଗାଁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହାପରେ ସେମାନେ ଇନ୍ଦ୍ର ଦେବତାଙ୍କୁ ଖୁସି କରିବା ପାଇଁ ନାବାଳକଙ୍କ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନଙ୍କର ବିଶ୍ୱାସ ଥିଲା ଯେ ନାବାଳକଙ୍କ ବିବାହ କରାଇଲେ ଭଲ ବର୍ଷା ହେବ। ପରମ୍ପରା ଅନୁସାରେ ବର ଜଣଙ୍କ କନ୍ୟା ସାଜିଥିବା ନାବାଳକଙ୍କ ବେକରେ ମଙ୍ଗଳ ସୂତ୍ର ମଧ୍ୟ ପିନ୍ଧାଇଥିଲେ। ତେବେ ଆହୁରି ଅଜବ କଥା ଯେ, ବାହାଘର ହେବାର ମାତ୍ର ଅଧା ଘଣ୍ଟା ପରେ ବର୍ଷା ହୋଇଛି । ତେଣୁ ଲୋକଙ୍କ ଭିତରେ ଥିବା ଅନ୍ଧବିଶ୍ୱାସ ବଢିଚାଲିଛି ।
Powered by Froala Editor