ଗାଇ ଆକ୍ରମଣରେ ବୃଦ୍ଧ ମୃତ: ଘରେ ପଶି ଘୋଷାଡ଼ି ଆଣିଲା, ଭିଡିଓ ଭାଇରାଲ
ଗାଇକୁ ସବୁଠୁ ଶାନ୍ତ ପଶୁ ବୋଲି କୁହାଯାଏ । ହେଲେ ଗାଇ ଆକ୍ରମଣରେ ଜଣେ ୮୩ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଗାଇଟି କାହିଁକି ଏତେ ହିଂସ୍ର ହୋଇଯାଇଥିଲା ଜଣାପଡିନଥିଲେ ବି ଆକ୍ରମଣର ଭିଡିଓ ଆସିବା ପରେ ସମସ୍ତେ ଡରି ଯାଇଛନ୍ତି ।
ଏ ଘଟଣା ପଞ୍ଜାବର ମୋହାଲିରେ ଘଟିଛି। ବୃଦ୍ଧଜଣକଙ୍କ ନାଁ ସରୂପ ସିଂ । ଗାଇଟି ପ୍ରଥମେ ସରୂପ ସିଂଙ୍କ ଘରେ ପଶି ଯାଇଥିଲା। ଏହାପରେ ସେ ବୃଦ୍ଧଙ୍କୁ ଆକ୍ରମଣ କରିଥିଲା। ବୃଦ୍ଧଜଣକ ତଳେ ପଡ଼ିଯିବାରୁ ସେ ତାଙ୍କୁ ଗୋଡ଼ରେ ଘୋଷାଡ଼ି ଆଣିଥିଲା। ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ବୃଦ୍ଧଙ୍କୁ ଘୋଷାଡ଼ି ଜୋରରେ ଦୌଡ଼ିଥିଲା। ନିଜକୁ ରକ୍ଷା କରିବାକୁ ସରୂପ ଚେଷ୍ଟା କରିବା ସତ୍ତ୍ୱେ ସଫଳ ହୋଇ ପାରି ନଥିଲେ। ଏପରିକି ଗାଇଟି ଦୌଡିବା ସମୟରେ ସେ ବିଭିନ୍ନ ସ୍ଥାନରେ ପିଟି ହୋଇଯାଇଥିଲେ । ଫଳରେ ତାଙ୍କ ଦେହରେ ଗୁରୁତର ଆଘାତ ଲାଗିଥିଲା । ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ । ହେଲେ ତାଙ୍କୁ ବଞ୍ଚାଇ ପାରିନଥିଲେ । ଏ ଘଟଣାର ଭିଡିଓ ସିସିଟିଭିରେ ଆସିବା ପରେ ଭାଇରାଲ ହେଉଛି ।
Powered by Froala Editor