ଋଷ ମୁତୟନ କଲା ମାରାତ୍ମକ ‘ସେଟନ-୨’, ଜାଣନ୍ତୁ ଏହା କ’ଣ...

ଯୁଦ୍ଧ ପାଇଁ ଋଷ ଆହୁରି ହିଂସ୍ର ହୋଇପଡିଲାଣି । ଶୁଣାଯାଉଛି ଋଷ କୁଆଡେ ମାରାତ୍ମକ ମିସାଇଲ ବ୍ୟବହାର କରିବାକୁ ପ୍ରସ୍ତୁତି କରିଛି । ଅସ୍ତ୍ରଶସ୍ତ୍ରରେ ଅତ୍ୟାଧୁନିକ ଅର୍ନ୍ତମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସାମିଲ କରିଥିବା କଥା ରୁଷ୍ର ମହାକାଶ ଏଜେନ୍ସିର ମୁଖ୍ୟଙ୍କ ବିବୃତିରୁ ଉଦ୍ଧାର କରି କେତେକ ରୁଷୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ବିଶ୍ବର ସବୁଠୁ ମାରାତ୍ମକ ମିସାଇଲ୍ ‘ସେଟନ୍-୨’କୁ ରୁଷ୍ ସକ୍ରିୟ କରିଥିବା କଥା ଘୋଷଣା କରାଯାଇଥିଲେ ବି ଠିକ୍ କେଉଁ ତାରିଖରେ ଏବଂ କେଉଁ ସ୍ଥାନରେ ତାହା ମୁତୟନ କରାଯାଇଛି, ସେ କଥା ଗୁପ୍ତ ରଖାଯାଇଛି।
ଯୁଦ୍ଧ ନିମନ୍ତେ ରୁଷ୍ର ସୋଭିଏତ୍ ଅମଳର ‘ଭୋଏବୋଦା ମିସାଇଲ୍’ ସ୍ଥାନରେ ‘ସେଟନ୍-୨’ ମୁତୟନ କରାଯାଇଛି । ଆଣବିକ ଅସ୍ତ୍ର ବହନକାରୀ ଏହି କ୍ଷେପଣାସ୍ତ୍ର ହଜାର ହଜାର କିଲୋମିଟର୍ ଦୂର ଆମେରିକା ଓ ୟୁରୋପ୍ରେ ଯେକୌଣସି ସ୍ଥାନକୁ ଯାଇ ଲକ୍ଷ୍ୟ ଭେଦ କରିପାରିବ।
Powered by Froala Editor