କେନରା ବ୍ୟାଙ୍କ୍ ଠକେଇ ମାମଲା : ନରେଶ ଗୋୟଲ ଗିରଫ

ପ୍ରବର୍ତ୍ତନ ନିର୍ଦେଶାଳୟ କେନରା ବ୍ୟାଙ୍କ୍ର ୫୩୮ କୋଟି ଟଙ୍କା ଠକେଇ ମାମଲାରେ ‘ଜେଟ୍ ଏୟାର୍ୱେଜ୍’ର ସଂସ୍ଥାପକ ନରେଶ ଗୋୟଲଙ୍କୁ ଗିରଫ କରିଛି। ମୁମ୍ବାଇ କାର୍ଯ୍ୟାଳୟରେ ଦୀର୍ଘ ସମୟ ପଚରାଉଚରା ପରେ ନରେଶ ଗୋୟଲଙ୍କୁ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁସାରେ ବାନ୍ଧିଛି ଇଡି। ଏହା ପୂର୍ବରୁ ହାଜର ହେବା ନିମନ୍ତେ ଗୋୟଲଙ୍କୁ ୨ ଥର ସମନ କରାଯାଇଥିଲେ ବି ସେ ହାଜର ହୋଇ ନ ଥିଲେ। ଏହାପରେ ଆଜି ତାଙ୍କୁ ବାନ୍ଧିଛି ଇଡି।
୫୩୮ କୋଟି ଟଙ୍କା ଠକେଇ ଅଭିଯୋଗ ନେଇ ଜେଟ ଏୟାରୱେଜର ଚେୟାରମ୍ୟାନ୍, ତାଙ୍କ ପତ୍ନୀ ଏବଂ ଅନ୍ୟମାନଙ୍କ ବିରୋଧରେ ସିବିଆଇ ମାମଲା ପଞ୍ଜୀକରଣ କରିଥିଲା। ଗତବର୍ଷ ଗୋୟଲ୍ଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ମେ ୫ ତାରିଖ ଦିନ ‘ସିବିଆଇ’ ଅଧିକାରୀମାନେ ମୁମ୍ବାଇର ୭ଟି ସ୍ଥାନରେ ତଲାସ କରିଥିଲେ।
ସିବିଆଇ ପକ୍ଷରୁ ରୁଜୁ ମାମଲାରେ କୁହାଯାଇଛି, ଗତବର୍ଷ ନଭେମ୍ବର ୧୧ ତାରିଖରେ ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲ ଅପରାଧିକ ଷଡଯନ୍ତ୍ର, ଅପରାଧିକ ଅର୍ଥ ହେରଫେର ଓ ଅପରାଧିକ ଦୁର୍ନୀତି କରିଥିଲେ । କେନରା ବ୍ୟାଙ୍କ୍ର ଚିଫ୍ ଜେନେରାଲ୍ ମ୍ୟାନେଜର୍ ପି. ସନ୍ତୋଷ ଦସ୍ତଖତ ଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି ଯେ, ଅନୀତା ନରେଶ ଗୋୟଲ୍, ଗୌରାଙ୍ଗ ଆନନ୍ଦ ସେଟ୍ଟୀ, ଅଜ୍ଞାତ ସରକାରୀ କର୍ମଚାରୀ ଓ ଅନ୍ୟମାନେ ଜାଲିଆତି କରି ବ୍ୟାଙ୍କ୍ର୫୩୮.୬୨ କୋଟି ଟଙ୍କା କ୍ଷତି କରାଇଛନ୍ତି।
Powered by Froala Editor