ଜୟା ବର୍ମା ସିହ୍ନା ରେଳବାଇ ବୋର୍ଡର ପ୍ରଥମ ମହିଳା ସିଇଓ ନିଯୁକ୍ତ

କେନ୍ଦ୍ର ସରକାର ଜୟା ବର୍ମା ସିହ୍ନାଙ୍କୁ ରେଳ ବୋର୍ଡର ସିଇଓ ଓ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଏଥିସହ ରେଳ ମନ୍ତ୍ରାଳୟର ୧୦୫ ବର୍ଷର ଇତିହାସରେ ପ୍ରଥମ ମହିଳା ଭାବେ ଏହି ପଦରେ ଶ୍ରୀମତୀ ସିହ୍ନା ଅବସ୍ଥାପିତ ହୋଇଛନ୍ତି।
ସିହ୍ନା ୧୯୮୮ ବ୍ୟାଚର ଭାରତୀୟ ରେଳ ୟାତାୟାତ ସେବା ଅଧିକାରୀ। ବର୍ତ୍ତମାନ ରେଳ ବୋର୍ଡର ସଦସ୍ୟ (ଅପରେସନ୍ସ ଏବଂ ବ୍ୟବସାୟ ବିକାଶ) ଭାବରେ କାର୍ଯ୍ୟ କରୁଛନ୍ତି। କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ରେଳବାଇ ବୋର୍ଡର ସଦସ୍ୟ (ଅପରେସନ୍ ଆଣ୍ଡ ବିଜିନେସ୍ ଡେଭଲପମେଣ୍ଟ) ଜୟ ବର୍ମା ସିହ୍ନାଙ୍କୁ ରେଳବାଇ ବୋର୍ଡର ଅଧ୍ୟକ୍ଷ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦବୀରେ ନିଯୁକ୍ତ କରିବାକୁ ଅନୁମୋଦନ କରିଛି।ସିହ୍ନା ନୂତନ ଅଧ୍ୟକ୍ଷ ତଥା ସିଇଓ (ରେଳ ବୋର୍ଡ) ଭାବରେ ଅନିଲ କୁମାର ଲାହୋଟିଙ୍କ ଉତ୍ତରାଧିକାରୀ ହେବେ। ସେ ସେପ୍ଟେମ୍ବର ୧, ୨୦୨୩ରେ ଦାୟିତ୍ୱ ଗ୍ରହଣ କରିବେ।
ବିଜୟଲକ୍ଷ୍ମୀ ବିଶ୍ୱନାଥନ ରେଳ ବୋର୍ଡର ପ୍ରଥମ ମହିଳା ସଦସ୍ୟ ଥିଲେ।
Powered by Froala Editor