ଚନ୍ଦ୍ର ପରେ ଇସ୍ରୋ କରିବ ସୂର୍ଯ୍ୟ, ଶୁକ୍ର ମିଶନ
ଚନ୍ଦ୍ର ସଫଳ ହେବା ପରେ ଏବେ ଇସ୍ରୋର ପୂରା ଫୋକସ ସୂର୍ଯ୍ୟ ଉପରେ ରହିଛି ।ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ତିଂକୁ ଭିଡିଓ କନଫରେନ୍ସିଂରେ ଦେଖୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗକୁ ମିଶନ ସୂର୍ଯ୍ୟ ଓ ଶୁକ୍ର ଆରମ୍ଭ ହେବ ବୋଲି କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ଥାପି ଇତିହାସ ରଚିଛି। ଏ କ୍ଷଣ ଅବିସ୍ମରଣୀୟ । ଆଜି ଭାରତ ନୂଆ ଇତିହାସ ରଚିଲା । ଆଜି ସାରା ଭାରତରେ ଉତ୍ସବର ମାହୋଲ । ସାରା ଦେଶବାସୀଙ୍କ ସହ ମୁଁ ବି ଆଜି ଉତ୍ସବରେ ସାମିଲ । ଏ ଅଦ୍ଭୁତ କ୍ଷଣ ପାଇଁ ସାରା ଦେଶବାସୀଙ୍କୁ କୋଟି କୋଟି ବଧାଇ । ଇସ୍ରୋ ଖୁବଶୀଘ୍ର ମିଶନ ସୂର୍ଯ୍ୟ ଆରମ୍ଭ କରିବ ବୋଲି କହିଛନ୍ତି।
ସେ କହିଛନ୍ତି ଚନ୍ଦ୍ରୟାନର ସଫଳତା ପରେ ଏବେ ଭାରତର ଲକ୍ଷ୍ୟ ରହିବ ସୂର୍ଯ୍ୟ ଓ ଶୁକ୍ର । ଇସ୍ରୋ ଆରମ୍ଭ କରିବ ସୂର୍ଯ୍ୟ ମିଶନ । ଆଦିତ୍ୟ-ଏଲ୍ ୱାନ୍ ମିଶନ ଜରିଆରେ ସୂର୍ଯ୍ୟ ସଂପର୍କରେ କରାଯିବ ଗବେଷଣା । ସୂର୍ଯ୍ୟ ମିଶନ ସହ ଆରମ୍ଭ ହେବ ଶୁକ୍ର ଅଭିଯାନ । ଖୁବ୍ଶୀଘ୍ର ଭାରତ ଶୁକ୍ର ଗ୍ରହ ଉପରେ ଅଭିଯାନ ଆରମ୍ଭ କରିବ ।
Powered by Froala Editor