ସରକାରୀ କର୍ମଚାରୀ ଟିକା ନନେଲେ ଦରମା ବନ୍ଦ
ନୂଆଦିଲ୍ଲୀ:ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ତେବେ କରୋନାକୁ ମାତ ଦେବା ପାଇଁ ଟିକାକରଣକୁ ଜୋରଦାର କରାଯାଉଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲେ ଜଣେ ସରକାରୀ କର୍ମଚାରୀ ଯଦି କେଭିଡ ଟିକା ନ ନେବେ, ତେବେ ତାଙ୍କ ବିରୁଦ୍ଧରେ ବିଭାଗ ପକ୍ଷରୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ତାଙ୍କର ଦରମା ବନ୍ଦ କରିଦିଆଯିବ। ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଉତ୍ତରପ୍ରଦେଶ ଫିରୋଜାବାଦ ଜିଲା ପ୍ରଶାସନ। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ସରକାରୀ କର୍ମଚାରୀମାନେ ଟିକା ନ ନେବା ପର୍ୟ୍ୟନ୍ତ ସେମାନଙ୍କୁ ସେମାନଙ୍କର ବେତନ ପ୍ରଦାନ କରାଯିବ ନାହିଁ। ଜିଲାର ମୁଖ୍ୟ ବିକାଶ ଅଧିକାରୀ ଚର୍ଚ୍ଚିତ ଗଉର କହିଛନ୍ତି, ଜିଲାପାଳ ଚନ୍ଦ୍ରବିଜୟ ସିଂ ଏଭଳି ଏକ ନିର୍ଦ୍ଦେଶ ଦେଇଛନ୍ତି। ଜିଲା ଟ୍ରେଜେରୀ ଅଫିସର ଏବଂ ଅନ୍ୟ ବିଭାଗୀୟ ମୁଖ୍ୟମାନଙ୍କୁ ମଧ୍ୟ ଏହି ଆଦେଶ କାର୍ୟ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତାହାସହିତ କେଉଁ ସରକାରୀ କର୍ମଚାରୀମାନେ ଟିକା ନେବାକୁ ବାକି ରହିଛନ୍ତି, ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି।
Powered by Froala Editor