ଦୁର୍ଘଟଣାରେ ଭାଇ-ଭଉଣୀ ସହ ଭାଣେଜି ମୃତ

ଝାରସୁଗୁଡ଼ା : ୪୯ ନମ୍ବର ଜାତୀୟ ରାଜପଥ କୋଲାବିରା କୁମୁଡାପାଲିରେ ଦୁର୍ଘଟଣାରେ ଭାଇ-ଭଉଣୀ ସହ ଭାଣେଜିର ମୃତ୍ୟୁ ଘଟିଛି । ମୃତକ କୁମୁଡାପାଲିର ଅଞ୍ଜନ ପଟେଲ, ତାଙ୍କ ଭଉଣୀ ଅଞ୍ଜଳି ପଟେଲ ଓ ଭାଣେଜି ଅନିଷ୍କା ପଟେଲ ।
ଖବର ଅନୁଯାୟୀ, ବାଇକକୁ ଏକ କାର ଧକ୍କା ଦେବା ଯୋଗୁଁ ଭାଇ, ଭଉଣୀ, ଭାଣଜିଙ୍କ ମୃତ୍ୟୁ ହୋଇଛି । ବାଇକ ଯୋଗେ ଅଞ୍ଜନ ପଟେଲ ତାଙ୍କ ଭଉଣୀ ଏବଂ ଭାଣଜିକୁ ଧରି କୁମୁଡାପାଲି ପଟୁ ଝାରସୁଗୁଡା ପଟକୁ ଆସୁଥିବାବେଳେ ତାଙ୍କୁ ପଛ ପଟୁ ଏକ କାର ଧକ୍କା ଦେଇଥିଲା କ୍ଷ ଫଳରେ ସମସ୍ତେ ଗୁରତର ଆହତ ହୋଇଥିଲେ କ୍ଷ ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରିଥିଲେ । ସେଠାରେ ଅଞ୍ଜନ ପଟେଲ ଓ ଭଉଣୀ ଅଞ୍ଜଳି ପଟେଲଙ୍କ ମୃତ୍ୟୁ ହୋଇଥିଲା । ଅନିଷ୍କାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ହସ୍ପିଟାଲ କୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇଥିବା କାରଟି କୋଲାବିରା ର ରାଜେନ୍ଦ୍ର ଦାସଙ୍କର ବୋଲି ଜଣାପଡିଛି ।
Powered by Froala Editor