ଓଡ଼ିଶାବାସୀ ଶାନ୍ତି ଓ ସଦଭାବନାରେ ବିଶ୍ବାସ ରଖନ୍ତି, ଏଭଳି ଘଟଣା କେବେ ସହିପାରିବେ ନାହିଁ :ମାନସ ମଙ୍ଗରାଜ

ଭୁବନେଶ୍ୱର: ପୁରୀ ଜିଲ୍ଲା ସତ୍ୟବାଦୀରେ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ଦାବି ହୋଇଛି । ଏଥିସହିତ ଘଟଣା ପଛରେ ଆଉ କେଉଁମାନେ ଅଛନ୍ତି, ସେନେଇ ଉଚିତ ତଦନ୍ତ ହେବା ଦରକାର ବୋଲି ବିଭିନ୍ନ ମହଲରେ କୁହାଯାଉଛି । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଟୁଇଟ୍ କରି କହିଛନ୍ତି, ମାଆମାନେ ମୁହଁ ପୋଛି କାଳି ସଫା କରିଥିଲେ। ଭଲ ପାଇବା ଓ ସମର୍ଥନ ଜଣାଇଥିଲେ। ଓଡ଼ିଶାବାସୀ ଶାନ୍ତି ଓ ସଦଭାବନାରେ ବିଶ୍ବାସ ରଖନ୍ତି। ଏଭଳି ଘଟଣା ଓଡ଼ିଶାବାସୀ କେବେ ସହିପାରିବେ ନାହିଁ। ନାରୀଶକ୍ତି ଏହାକୁ ତୀବ୍ର ବିରୋଧ କରିଛି। ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି, ବିଜେପି କର୍ମୀଙ୍କ ଏହା ଏକ ନିନ୍ଦନୀୟ ଘଟଣା। ବିକାଶର ଗତିରୋଧ ପାଇଁ ଏଭଳି କରିଛନ୍ତି। ସତ୍ୟବାସୀ ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି, ଅଭିଯୁକ୍ତ ଭାସ୍କର ସାହୁ ଘୃଣ୍ୟ କାମ କରିଛି। ଗତ ପଞ୍ଚାୟତ ନିର୍ବାଚନରେ ସେ ବିଜେପି ସମର୍ଥନରେ ସମିତି ସଭ୍ୟ ପ୍ରାର୍ଥୀ ଥିଲା।
ସୂଚନାଯୋଗ୍ୟ, ଭିକେ ପାଣ୍ଡିଆନ୍ ଦୁଇଦିନିଆ ପୁରୀ ଗସ୍ତରେ ଯାଇଥିଲେ। ଏହି ଅବସରରେ ସେ ସତ୍ୟବାଦୀରେ ପହଞ୍ଚିଥିଲେ। ସ୍ଥାନୀୟ ୟୁଜିଏସ୍ କଲେଜରେ ଆୟୋଜିତ କାର୍ୟ୍ୟକ୍ରମସ୍ଥଳକୁ ଯାଉଥିବା ବେଳେ ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ବଡ଼ାଲ ନିବାସୀ ଭାସ୍କର ସାହୁ କାଳିମାଡ଼ କରିଥିଲେ।
Powered by Froala Editor