ରାଜଧାନୀରେ ବନ୍ଦ ଘରୁ ମିଳିଲା ୨ ଯୁବକଙ୍କ ମୃତଦେହ
ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବଇଁଚ୍ରୁଆଁ ଗାଁରେ ଘଟିଛି ଅଭାବନୀୟ ଅଘଟଣ ,ଏଠାରେ ଥିବା ଏକ ମଇଁଷି ଗୁହାଳ ନିକଟ ବନ୍ଦ ଘରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇଁ ବାଲିପାଟଣା ପୁଲିସ ଘଟଣା ସ୍ଥଳରେ ଛାନଭିନ୍ ଆରମ୍ଭ ହୋଇଛି । ମୃତ ବ୍ୟକ୍ତି ଦୁଇ ଜଣ ହେଉଛନ୍ତି ନିଆଳି ଅଞ୍ଚଳର ସୁକାନ୍ତ ଦାସ (୪୮) ଏବଂ ଜଗବନ୍ଧୁ ବେହେରା (୨୨) ।
ତେବେ କେଉଁ ପରିସ୍ଥିତି ସେମାନଙ୍କର ମୃତ୍ୟୁ ହେଇଛି ସେ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଏହା ହତ୍ୟା ଆତ୍ମହତ୍ୟା ପୁଲିସ ସେଦିଗରେ ତଦନ୍ତ ଚଲାଇଛି ପୋଲିସ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ବାତବରଣ ଖେଳିଯାଇଛି । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିବାରେ ଲାଗିପଡିଛି । ତେବେ ପୂର୍ବଶତ୍ରୁତାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି ।
Powered by Froala Editor