ଝାମ୍ପି ନେଲା କୁମ୍ଭୀର, ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର
ବରୀ : ବରୀ ବ୍ଲକ ଅମଠପୁର ନିକଟରେ ବିରୂପା ନଦୀରେ ମହିଳାଙ୍କୁ ଝାମ୍ପି ନେଲା କୁମ୍ଭୀର। କୁମ୍ଭୀରଟି ମହିଳାଙ୍କୁ ଖାଉଥିବା ସମୟରେ ଓଡ୍ରାଫ ଟିମ୍ ପହଞ୍ଚି ଗୋଡେଇ ବାରୁ ମହିଳାଙ୍କ ମୁଣ୍ଡ ଧରି କୁମ୍ଭୀରଟି ନଦୀ ଭିତରକୁ ପଳାଇଥିଲା। ତେବେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି।
ବୁଧବାର ସକାଳୁ ଅମଠପୁର ପଞ୍ଚାୟତ ଅନ୍ତର୍ଗତ ପାଲଟପୁର ଗ୍ରାମ ନିବାସୀ ଅନାମ ଜେନାଙ୍କ ପତ୍ନୀ ଶୌଚ ହେବାକୁ ନିକଟସ୍ଥ ବିରୂପା ନଈକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଏକ କୁମ୍ଭୀର ଟାଣି ନେଇଥିଲା । କୁମ୍ଭୀରଟି ମହିଳାଙ୍କୁ ଖାଉଥିବା ସମୟରେ ଓଡ୍ରାଫ ଟିମ୍ ପହଞ୍ଚି ଗୋଡେଇ ବାରୁ ମହିଳାଙ୍କ ମୁଣ୍ଡ ଧରି କୁମ୍ଭୀରଟି ନଦୀ ଭିତରକୁ ପଳାଇଥିଲା। ତେବେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି।
Powered by Froala Editor