ମଞ୍ଚରେ ଅସୁସ୍ଥ ହୋଇପଡ଼ିଲେ ପ୍ରଫୁଲ୍ଲ ମଲ୍ଲିକ
କେନ୍ଦୁଝର: ମଞ୍ଚରେ ଅସୁସ୍ଥ ହୋଇପଡ଼ିଲେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ସେ କେନ୍ଦୁଝର ଡି ଡି କଲେଜ ପଡ଼ିଆରେ ଆୟୋଜିତ ହୋଇଥିବା ସ୍ଵାଧୀନତା ଦିବସ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ସେ ଅଭିଭାଷଣ ରଖିବା ପରେ ସାଂସ୍କୃତିକ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା। ଅନ୍ୟାନ୍ୟ କାର୍ୟ୍ୟକ୍ରମରେ କୃତି ପ୍ରତିଭାଙ୍କୁ ପୁରସ୍କୃତ କରିଥିଲେ। ଏହି ସମୟରେ ପ୍ରବଳ ଗୁଳୁଗୁଳି ହେଉଥିଲା। ଫଳରେ ମନ୍ତ୍ରୀ ମଞ୍ଚରେ ଅସୁସ୍ଥ ହୋଇପଡ଼ିଥିଲେ।
ନିକଟରେ ଥିବା ସୁରକ୍ଷା କର୍ମୀମାନେ ମନ୍ତ୍ରୀଙ୍କୁ ସେଠାରୁ ଉଦ୍ଧାର କରି ସର୍କଟ୍ ହାଉସକୁ ନେଇଯାଇଥିଲେ । ସେଠାରେ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିବା ସୂଚନା ମିଳିଛି ।
Powered by Froala Editor