୧୭ରେ ଓଡ଼ିଶା ଆସିବେ କେନ୍ଦ୍ର ଅର୍ଥମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶା ଆସିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆସନ୍ତା ୧୭ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ଜାତୀୟ ଚାର୍ଟାଡ ଆକାଉଣ୍ଟଟାଣ୍ଟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ସହ ଦେଶର ଅର୍ଥନୀତି ସମ୍ପର୍କରେ ସୂଚନା ଦେବେ। ଏହାସହ ସାମ୍ବାଦିକ ସମ୍ମିଳନୀ ବି କରିବେ।
ତିନି ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେବେ। ସମ୍ମିଳନୀରେ ଆଫ୍ରିକା, କେନିୟା, ଦୁବାଇ ରୁ ମଧ୍ୟ ଅତିଥି ମାନେ ଯୋଗ ଦେବେ।
Powered by Froala Editor