ଟ୍ରାକରେ ଯୁବକଙ୍କ ମୃତ୍ୟୁ : ଟ୍ରେନ୍ ଧକ୍କା ଦେଲା ନା ଆତ୍ମହତ୍ୟା !

ଟ୍ରେନ୍ ଟ୍ରାକରେ ରିଲ୍ସ କରୁଥିବାବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ନୟାଗଡ ଜିଲ୍ଲା ନୂଆଗାଁ ଥାନା ଉଦୟପୁର ଗାଁର ନନ୍ଦକିଶୋର ନାୟକ ।
ସୂଚନାଯୋଗ୍ୟ ଯେ, ନନ୍ଦକିଶୋର ଟ୍ରେନ୍ ଲାଇନ୍ କଡରେ ଛିଡା ହୋଇଥିବା ସମୟରେ ଭୁବନେଶ୍ଵରରୁ ନୂଆଗାଁ ଯାଉଥିବା ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା । ନନ୍ଦଙ୍କ ସହିତ ଧକ୍କା ହେବା ପରେ ଲୋକୋ ପାଇଲଟ୍ କିଛି ସମୟ ପାଇଁ ଟ୍ରେନକୁ ଅଟକାଇଥିଲେ । ଦୂରରେ ଛିଟିକି ପଡିଥିବା ଭାଙ୍ଗି ଯାଇଥିବା ମୋବାଇଲକୁ ଜିଆରପି କର୍ମଚାରୀ ଜବତ କରିଛନ୍ତି ।
ନନ୍ଦକିଶୋର ଭୁବନେଶ୍ବରରେ ରଙ୍ଗମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି । ୮/୧୦ଦିନ ତଳେ ସେ ଗାଁକୁ ଆସିଥିଲେ । ତେବେ ଗାଁ ନିକଟରେ ଷ୍ଟେସନ ଥିବା ବେଳେ ପ୍ରାୟ ୫କି.ମି. ଦୂର ରେଳ ଲାଇନ୍ ନିକଟକୁ ସେ କାହିଁକି ଆସିଥିଲେ ତାହା ଅଧିକ ତଦନ୍ତ ଜାରି ରହିଛି । ତେବେ ନନ୍ଦକିଶୋର ଆତ୍ମହତ୍ୟା କରିଛନ୍ତି ନା ରିଲ୍ସ କରୁଥିବା ବେଳେ ଟ୍ରେନ୍ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।
Powered by Froala Editor