କ’ଣ ହେବ ଦ୍ୱାଦଶ ବୋର୍ଡ ପରୀକ୍ଷାର ଭାଗ୍ୟ, ସନ୍ଧ୍ୟାରେ ମୋଦିଙ୍କ ବୈଠକ
ନୂଆଦିଲ୍ଲୀ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଆଜି ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକର ଅଧ୍ୟକ୍ଷତା କରିବେ। ମୋଦିଙ୍କୁ ବୈଠକ ସମୟରେ ଅଧିକାରୀମାନେ ପରୀକ୍ଷା ସମ୍ପର୍କରେ ସମସ୍ତ ବିକଳ୍ପ ବିଷୟରେ ଅବଗତ କରାଇବେ।
ପରୀକ୍ଷା ବାତିଲ କରାଯିବ କି ନାହିଁ, ତା’ ଉପରେ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ହେବ। ପରୀକ୍ଷା କରାଗଲେ କ’ଣ ସବୁ ବିକଳ୍ପ ରହିଛି ଓ ପରୀକ୍ଷା ବାତିଲ ହେଲେ, କ’ଣ ସବୁ ବ୍ୟବସ୍ଥା ପିଲାମାନଙ୍କ ପାଇଁ କରାଯାଇ ପାରିବ, ସେ ବିଷୟରେ ମଧ୍ୟ ଆଜିର ବୈଠକରେ ଆଲୋଚନା ହେବ।
କେନ୍ଦ୍ର ସରକାର ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହେବା ବାଧ୍ୟତାମୂଳକ କରିବା ପରେ ବିଭିନ୍ନ ରାଜ୍ୟ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ତେବେ ଦିଲ୍ଲୀ, ପଞ୍ଜାବ ଓ ଝାରଖଣ୍ଡ ଭଳି ରାଜ୍ୟଗୁଡ଼ିକ କରୋନା ସଂକ୍ରମଣ ଭିତରେ ପରୀକ୍ଷା କରାଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ନେଇ ପରୀକ୍ଷାର୍ଥୀମାନେ ଦ୍ୱନ୍ଦ୍ୱରେ ରହିଛନ୍ତି। ତେଣୁ ଆଜି ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ ବସିବାକୁ ଯାଉଛି।
Powered by Froala Editor