୩ଟି ମାମଲାରେ ଜାମିନ୍ ମିଳିବା ପରେ ମଧ୍ୟ ଜେଲ୍ରୁ ମୁକୁଳି ପାରିବେ ନାହିଁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିଛି । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ରୁଜୁ ତିନିଟି ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟ ଜାମିନ୍ ଦେଇଛନ୍ତି । ୫ ଲକ୍ଷ ଟଙ୍କା ଜମା ଓ ୨ ଲକ୍ଷ ଲେଖାଏଁ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ତେବେ ତଦନ୍ତରେ ସହଯୋଗ କରିବା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ ହାଇକୋର୍ଟ ପ୍ରଦୀପଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର ଅବକାଶକାଳୀନ ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁ ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଆହୁରି ଦୁଇଟି ମାମଲା ଥିବାରୁ ଏହି ୩ଟିରେ ଜାମିନ୍ ମିଳିବା ସତ୍ୱେ ସେ ଜେଲ୍ରୁ ମୁକୁଳି ପାରିବେ ନାହିଁ । ଏହିଠାରେ ସୂଚନା ଯେ ପୂର୍ବରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗୋଟିଏ ମାମଲାରେ ଜାମିନ୍ ପାଇଥିବା ବେଳେ ତାଙ୍କ ନାଁରେ ଆହୁରି ଦୁଇଟି ମାମଲା ରହିଛି ।
Powered by Froala Editor