ସର୍ଚ୍ଚ ଅପରେଶନ ବେଳେ ଆଇଇଡି ବୋମା ଉଦ୍ଧାର
ରବିବାର ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲାରେ ସର୍ଚ୍ଚ ଅପରେଶନ ବେଳେ ଦୁଇଟି ଆଇଇଡି ବୋମା ଜବତ କରିଛନ୍ତି ଯବାନମାନେ । ଦୁଇଟି ବୋମାକୁ ଯବାନମାନେ ସୁରକ୍ଷିତ ଭାବେ ଉଦ୍ଧାର କରି ନିଷ୍କ୍ରିୟ କରିଦେଇଥିବା ଜଣାପଡିଛି। ପ୍ରତ୍ୟେକ ବୋମାର ଓଜନ ପ୍ରାୟ ୪ କି.ଗ୍ରା. ରହିଥିଲା।
ଗୋଲାକୋଣ୍ଡା ନିକଟ ପାହାଡ ଅଞ୍ଚଳରେ ମାଓବାଦୀ ଦମନ ପାଇଁ କୋବ୍ରା ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ କରାଯାଉଥିଲା। ଏହି ସମୟରେ ଯବାନମାନେ ପାହାଡ ନିକଟରେ କିଛି ପୋତା ହୋଇଥିବା ଦେଖି ସନ୍ଦେହ କରି ସର୍ଚ୍ଚ କରିଥିଲେ। ତେବେ ପାହାଡରୁ ଦୁଇଟି ଆଇଇଡି ବୋମା ମାଟି ତଳେ ପୋତାହୋଇ ରହିଥିବା ଦେଖିଥିଲେ। ଏହା ପରେ ସର୍ଚ୍ଚ ଅପରେଶନକୁ କଡାକଡି କରାଯାଇଛି । ବୋମା ମିଳିବା ପରେ ସେଠାରେ ମାଓ ଗତିବିଧି ଥିବା ସ୍ପଷ୍ଟ ହୋଇଛି । ତେଣୁ ଯବାନମାନେ କଡା ପହରା ଦେଉଛନ୍ତି ।
Powered by Froala Editor