ତେଲେଙ୍ଗାନରେ କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଦିନକୁ ଦିନ ମାରାତ୍ମକ ହେବାରେ ଲାଗିଛି । ଚାରିଆଡେ ଏହାକୁ ନେଇ ସୃଷ୍ଟି ହୋଇଛି ହାହାକାର । ଏବେ ତେଲେଙ୍ଗାନରେ କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି । ସେଠାକାର ଅନେକ ନମୂନାରେ SARS-CoV-2ର B.1.525 ଭାରିଏଣ୍ଟ ଥିବା ଜଣାପଡିଛି। ଚଳିତ ବର୍ଷ ଫେବ୍ରୁଆରୀରେ ୟୁନାଇଟେଡ କିଙ୍ଗଡମରେ ଏହି ଷ୍ଟ୍ରେନ୍ ମିଳିଥିଲା ।
ବିିଶେଷ କରି କରୋନାର ଏହି ଷ୍ଟ୍ରେନ୍ର ସମ୍ପର୍କ ନାଇଜେରିଆ ସହ ରହିଛି । ସେଠାକୁ ଯାଇଥିବା ଲୋକ B.1.525 ଭାରିଏଣ୍ଟ ଥିବା ଭୂତାଣୁରେ ସଂକ୍ରମିତ ହୋଇଥିଲେ । କେବଳ ଆମେରିକା କିମ୍ବା ନାଇଜେରିଆ ନୁହେଁ ଅଷ୍ଟ୍ରେଲିଆ, ଡେନ୍ମାର୍କ ସମେତ ଅନେକ ଦେଶରେ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ରୋଗୀ ଚିହ୍ନଟ ହୋଇଛନ୍ତି । ଏବେ ଭାରତର ତେଲାଙ୍ଗାନାରେ ମଧ୍ୟ କରୋନାର ଏହି ନୂଆ ଷ୍ଟ୍ରେନ୍ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି ।
Powered by Froala Editor