ହାତୀ ଆକ୍ରମଣରେ ମହିଳା ମୃତ
ସୁନ୍ଦରଗଡ଼ : ମହିଳାଙ୍କୁ ଦଳିଦେଲା ଦନ୍ତା। ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ପାଟମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଦମଡ଼ିହି ନିକଟସ୍ଥ ନାଳିଆଡ଼ିହି ଠାରେ ଏଭଳି ଅଘଟଣ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ସୁମିତା ମୁଣ୍ଡା।
ସୂଚନା ଅନୁସାରେ, ସୁମିତା ମୁଣ୍ଡା କୋଇଡା ସପ୍ତାହିକ ହାଟରୁ ଫେରୁଥିବା ବେଳେ ସନ୍ଧ୍ୟା ୬ଟାରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଆଜି ସକାଳୁ ବନବିଭାଗ ଓ କୋଇଡା ପୋଲିସର ଏକ ଟିମ୍ ଘଟଣା ସ୍ଥଳକୁ ଯାଇ ଶବ ବ୍ୟବଛେଦ ପାଇଁ କୋଇଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଛନ୍ତି ।
Powered by Froala Editor