5T ସଚିବ ଭି.କେ ପାଣ୍ଡିଆନଙ୍କ ଦୁଇଦିନିଆ ବଲାଙ୍ଗୀର ଗସ୍ତ

ବଲାଙ୍ଗୀର : ଆଜିଠୁ 5T ସଚିବ ଭି.କେ ପାଣ୍ଡିଆନଙ୍କ ଦୁଇଦିନିଆ ବଲାଙ୍ଗୀର ଗସ୍ତ । ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା ସହ କରିବା ସହ ସମସ୍ୟା ନେଇ ସିଧାସଳଖ ଲୋକଙ୍କ ସହ ଆଲୋଚନା କରିବେ ।
ତେବେ 5T ସଚିବଙ୍କ ଗସ୍ତକୁ ଆଖିରେ ରଖି ଜିଲ୍ଲାପ୍ରଶାସନ ପ୍ରସ୍ତୁତି କରିଛି । ସକାଳେ ବଲାଙ୍ଗୀର ତୁଷୁରା ଏୟାରଷ୍ଟ୍ରିପରେ ଓଲ୍ହାଇବା ପରେ ତୁଷୁରା ସମଲେଶ୍ବରୀ ମନ୍ଦିରରେ ଦର୍ଶନ କରିବେ। ଏହାପରେ ପାଟଣା ବେଳପଡା ଯିବେ ସେଠାରେ ଲୋକଙ୍କ ସମସ୍ୟା ଶୁଣିବେ। ସେଠାରୁ ଟିଟିଲାଗଡ଼ ସିଟି ସ୍କୁଲ ଗ୍ରାଉଣ୍ଡରେ ଲୋକଙ୍କ ସମସ୍ୟା ଶୁଣିବେ। ଏହାପରେ ହରିଶଙ୍କର ପ୍ରକଳ୍ପ ସ୍ଥିତି ଅନୁଧ୍ୟାନ କରିବେ ।
Powered by Froala Editor