ହୋଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବନେଶ୍ୱରରେ ଏକ ହୋଟେଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଭଦ୍ରକ କୁଆବାଗ ସାହିର ଶୁଭଲକ୍ଷ୍ମୀ ସାହୁ । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । କମିଶନରେଟ୍ ପୁଲିସ୍ ଏନେଇ ମୁହଁ ଖୋଲୁନଥିବା ବେଳେ ଯୁବତୀଙ୍କ ବ୍ୟାଗ୍ ଜବତ କରି ଘଟଣାର ତଦନ୍ତ ଚଳାଇଛି।
ଭଦ୍ରକ ଜିଲ୍ଲା କୁଆବାଗ ଗାଁର ଶୁଭଲକ୍ଷ୍ମୀ ସାହୁ ଆଜି ଭୋର ପ୍ରାୟ ୩ଟା ୨୦ ମିନିଟ୍ରେ ଲକ୍ଷ୍ମୀସାଗର କଟକ ରୋଡ୍ରେ ଥିବା ଏକ ହୋଟେଲକୁ ଆସିଥିଲେ। ସେ ୨୦୫ ନମ୍ୱର ରୁମ୍ରେ ରହିଥିଲେ। ତା’ପରଠାରୁ ସେ କବାଟ ଖୋଳିନଥିଲେ। ମଧ୍ୟାହ୍ନ ଓ ସନ୍ଧ୍ୟା ବେଳେ ଲଜ ଷ୍ଟାଫ ଡାକିଥିଲେ ମଧ୍ୟ ଶୁଣିନଥିଲେ। ପରେ ହୋଟେଲ କର୍ମଚାରୀମାନେ କବାଟ ଭାଙ୍ଗି ରୁମ୍ ଭିତରେ ପଶିଥିଲେ। ସେତେବେଳେ ଫ୍ୟାନ୍ରେ ଝୁଲୁଥିଲେ ଶୁଭଲକ୍ଷ୍ମୀ। ଓଢ଼ଣୀରେ ଝୁଲି ପଡ଼ିଥିଲେ ଲକ୍ଷ୍ମୀପ୍ରିୟ। ମୃତ ଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ହୋଟେଲ କର୍ତ୍ତୃପକ୍ଷ ।
Powered by Froala Editor