ଦେଶରେ ଧୀରେ ଧୀରେ ହ୍ରାସ ପାଉଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ତେବେ ଗଲା କିଛି ଦିନ ହେବ କରୋନା ମାମଲା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୧ଲକ୍ଷ ୨୭ ହଜାର ୫୧୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଯାହା ଗତ ଏପ୍ରିଲ ୧୦ ତାରିଖ ପରଠାରୁ ଅର୍ଥାତ୍ ୫୩ ଦିନ ମଧ୍ୟରେ ସର୍ବନିମ୍ନ ବୋଲି ଜଣାଯାଇଛି।
ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ ସାମାନ୍ୟ ସୁଧାର ଆସିଛି । ଦିନକରେ ୨୭୯୫ ଜଣ କରୋନାରେ ଆକ୍ରାନ୍ତ ହୋଇ ଆଖିବୁଜିଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୫ ହଜାର ୨୮୭ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Powered by Froala Editor