ଭୁଶୁଡି ଗଲା ଦୁଇ ମହଲା କୋଠା, ୨ ମୃତ
ଉତ୍ତରପ୍ରଦେଶ: ଭୁଶୁଡି ଗଲା ଦୁଇ ମହଲା କୋଠା। ଏଥିରେ ଦୁଇଜଣଙ୍କର ପ୍ରାଣ ଯାଇଥିବା ସୂଚନା ରହିଛି।ଉତ୍ତରପ୍ରଦେଶ ବାରାଣାସୀର ଶ୍ରୀ କାଶୀ ବିଶ୍ୱନାଥ ଧାମରେ ଘଟିଛି ଏହି ଘଟଣା । ଫଳରେ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଶ୍ରମିକ ଆହତ ହୋଇଛନ୍ତି । ଖବର ପାଇ ଅଧିକାରୀଙ୍କ ସହ ପୋଲିସ ଏବଂ ଏନଡିଆରଏଫ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।
ସୂଚନାନୁସାରେ, ଭୋର୍ ସମୟରେ କରିଡର କମ୍ପ୍ଲେକ୍ସରେ ଅବସ୍ଥିତ ଦୁଇ ମହଲା କୋଠାର କରିଡରରେ ଅସ୍ଥାୟୀ ଭାବରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ହଠାତ୍ ଭୁଶୁଡି ପଡିଥିଲା।
ଏନଡିଆରଏଫ ଯବାନମାନେ ଆହତ ଶ୍ରମିକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିଥିଲେ ଏବଂ ପରେ ଶିବ ପ୍ରସାଦ ଗୁପ୍ତ ମଣ୍ଡଳୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ଶ୍ରମିକ ହେଉଛନ୍ତି ପଶ୍ଚିମବଙ୍ଗର ମାଲଦା ବାସିନ୍ଦା।
Powered by Froala Editor